ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

ବୃକ୍ଷ ମୋର ବନ୍ଧୁ - ସପନା ସିଂହ , ଝାରସୁଗୁଡା

    :: ବୃକ୍ଷ ମୋର ବନ୍ଧୁ ::

ହେ ବୃକ୍ଷ !!!
ସକଳ ସଂସାରେ ତୁମେ ହିଁ ତ....
ମୋର ଅସଲ ବନ୍ଧୁ....
ନିଃସ୍ୱାର୍ଥପରତା ର ପରିଚାୟକ ସାଜି...
ଢାଳ ମୋ ଉପରେ ନିଜ ସ୍ନେହ ର ସିନ୍ଧୁ.... (1)

କେମିତି ବଖାଣିବି ମୁହିଁ.....
ତୁମେ କେତେ ଯେ ମହାନ....
ମୋର ଦତ୍ତ ଅଙ୍ଗାରକାମ୍ଳ ଘେନି....
ଯୋଗାଇଦିଅ ତମେ ମତେ ଅମ୍ଳଜାନ.... (2)

ଶୈଶବେ ଦୋଳି ଥିଲା ମୋର ତୁମରି ହିଁ ଡାଳ....
ତମ ଛାଇ ସତେ କେତେ ଯେ ଶୀତଳ..
ତମ ଫଳ ସୁଆଦିଆ ଓ ରସାଳ...
ତମ ପୁଷ୍ପେ ଗୁନ୍ଥା ମାଳ..
କୁ ସଯ6ତ୍ନ ମୁଁ ପ୍ରଭୁ ପାଦେ ଅର୍ପି ଦିଏ..
କରି ଆଖିକୁ ମୋ ସଜଳ...  (3)

ତୁମ ଝୁଣା ଗନ୍ଧ କେତେ ଯେ ମଧୁର....
ତମ ଲାଖ ଚୁଡ଼ି କରେ ମୋ ହାତ କୁ ସୁନ୍ଦର...
ତମ ପତ୍ର, ପୁଷ୍ପ, ଡାଳ, ମୂଳ କରେ ମୋର..
ପାଳିତ ଉତ୍ସବ କୁ କେତେ ଯେ ମୁଖର....  (4)

ଖାଦ୍ୟ, ବସ୍ତ୍ର ଅବା ହେଉ ମୋର ଗୃହ..
ସବୁଠି ତୁମରି ମିଳେ ଅବସ୍ଥାନ..
ପ୍ରସାଧନ ସାମଗ୍ରୀ ହେଉ ଅବା ହେଉ ମୋ ପୋଷଣ..
ସବୁଠି ସର୍ବଦା ତୁମରି ଅବଦାନ... (5)

ଖରା କାଟେ ନାହିଁ..
ବର୍ଷା ତିନ୍ତାଏ ନାହିଁ...
ଯେବେ ନିଏ ଆଶ୍ରୟ ମୁଁ..
ତୁମ ଛାଇ ତଳେ..
ନିଜ ଜଡ଼ି ବୁଟି, ପଥି ଔଷଧ ଦେଇ..
ନିରୋଗ କର ମତେ ଯଦି ରୋଗ ହେଲେ.... (6)

ତୁମେ ବଢ଼ାଅ ମୋର ବଗିଚା ର ଶୋଭା....
ତୁମ ମହାତ୍ମ୍ୟ ର କଣ ଦେବି ମୁଁ ଉପମା ଅବା...
ପ୍ରଳୟ ବିଧ୍ୱଂସ ହେଉ ଅବା....
ସେ ହେଉ ପ୍ରଦୂଷଣ ର ଜହର....
ତମ ପରି ହିତୈଷୀ ପାଖେ ଥିଲେ..
ମୋର କାହାଠୁ କଣ ଡର !!!!! (7)

ମୋ ପାଦ ଠାରୁ ମସ୍ତକ ଯାଏ....
ସବୁଠି ଖାଲି ତୁମରି ଦାନ....
ମୋ ଜୀବନେ ଅବିଚ୍ଛେଦ୍ୟ ଅଙ୍ଗ ସାଜି....
ମତେ ଗର୍ବିତ କରିଥିବା ମଙ୍ଗଳକାରୀ ର...
କେମିତି କରିବି ମୁଁ ପବିତ୍ର ଗୁଣ ର ଗାନ !!!!  (8)

ସପନା ସିଂହ
ବ୍ରଜରାଜନଗର
ଜିଲ୍ଲା ଝାରସୁଗୁଡା

No comments: