"ମୋ ଜନ୍ମ ଭୂମି"
‐‐‐‐‐‐‐‐‐‐‐‐‐‐‐‐‐‐‐‐‐‐‐‐
ଜନମଭୂମିମୋ
ଇନ୍ଦ୍ରପୁରୀର ପାରିଜାତ ଫୁଲ
ତା'ସମ କେହି ନାହିଁ ରେ ତୁଲ ।
ତା'ମ୍ରୁଦୁ ମଳୟ ତା 'ଧିର ସମୀର
ଶାନ୍ତ ତପୋବନ ତା'ଗିରିକାନନ ।
ତା'ଭିଜା ମାଟିରେ ଜନମ ଲଭିଲେ
ମୋଦେଶର କେତେ ବୀରଜବାନ
ଲଘିଂଲେ ଦୁର୍ଗ, ଡେଇଁ ପାହାଡ
ପାଣିରେ ପହଁରି ହେଲେସେପାର ।
ଶିଖାଇଥିଲା ମୋ ଜନମ ଭୂମି
କେତେ କସରତ କେତେ ବେଭାର ।
ଖାଇଲା ପେଜ ନଥିଲାଶେଜ
ଗଡିଲା ଯାଇ ଧରଣୀବୁକେ
ଶିଖାଇଲା କିଏ! କୁହତ ଆଜ ।
ସିଏପରା ଆମ ଜନମ ଭୂମି
ତା'ରକ୍ଷା ପାଇଁ ସଦାସେସଜବାଜ ।
ଭୁଲି ପାରେନିତା ସକାଳ ସନ୍ଧ୍ୟା
ତା'ଗାଈ ଆଳ ବଶୀଂରସ୍ବନ
ଗୋଧୂଳି ବେଳା ।
ମୋଜନମ ଭୂମି
କେତେ ସୁନ୍ଦର କେଡେ ମଧୁର
ନାହିଁତସେଠି କୁତ୍ରିମ ଭରା ବତୀଘର ।
ମିଟିମିଟି ତାର ଦୀପଶିଖା
ଆଃକି! ସୁନ୍ଦର ।
ଭିଜା ବରଷାରେ ରମଣୀକୁଳ
କାଖେ ଗାଗରା ହାତରେ ଢାଳ ।
ଧିରିଧିରିତାକଂ'ହସୁଂଲି ଚାଲ
ମୋଜନମ ଭୂମି ତା'ପବିତ୍ର ମାଟିକୁ
ଯାଏରେ ଚୁମି
ସାଧବବୋହୁ ଗୁଣ୍ଠୁଲି ହାତୀ ପରି
ଆସେରେ ଝୁଲିଝୁଲି ଝୁମିଝୁମି
ମୋ'ଜନମ ଭୂମି ା
ଗାଁଚାଟଶାଳୀ ଅବଧାନେକଂ
ବେତମାଡ କରିଲା ଆଜି ମତେବଡ
ମୋ'ଜନମ ଭୂମିଠାରୁ ନାହିଁରେ
ଆଉ କେହିବଡ ।
ସେତମୋ ମାଆ ସେତମୋ ଧାଇ
ସରଗଠୁବି ବଡ ।
ତା'ମାଟି ପାଣି ପବନ
ଗାଁ ଧୋବାତୁଠ ସ୍ବଚ୍ଛ ନିରିମଳ
ଯିବାଆସିବା ପଥିକକୁଦିଏ ଅମ୍ରୁତରଜଳ ।
କେତେ ଦାଦାଖୁଡୀକେତେଅଜାଆଇ
ସମ୍ପର୍କର ଡୋରୀ କେବେଛିଣ୍ତଇ ନାହିଁ ।
ଆଜିବି ମନେପଡେ
ଗାଁ ବନ୍ଧରସେ ପଦୁଅଁ ଫୁଲ
ଗାଧୋଇଯାଉଥିଲୁ ହୋଇ
କେତେ ସାଗଂ ବଉଳ ା
ସନ୍ଧ୍ୟା ର ସେହି ଚାଳ ବାଡଟି
ଜହ୍ନିଫୁଲର କିଆରିଦିଶେ
ବିଲ ଦେଖିଲେ ସ୍ବର୍ଣ୍ଣମୟ ହୋଇ
ଧାନକେଣ୍ତା ଟି ଦୋହଲି ହସେ ।
ସୋରିଷ ଫୁଲରେ ସୂରୁଯ କିରଣ
ଲାଜରେ ମୁରୁକିହସେ ।
ସତରେ ଭାରତ ବରଷେ
ମୋ'ଜନମ ଭୂମିଟି କୋଉ
କଣରେଥାଇ ଝଲସିଉଠେ ା
ଶୋଭାଗିନୀ ନନ୍ଦ
ଜୟପୁର{କୋରାପୁଟ}
No comments:
Post a Comment