## ଦେଶପ୍ରେମ##
ଦେଶ ପାଇଁ ପ୍ରେମ
ପୁଣି ଦେଶ ପାଇଁ ସମ୍ମାନ ଓ କର୍ତ୍ତବ୍ୟ
ଯାହା ହୃଦୟରେ ଜାଗ୍ରତ
ହୋଇ ଉଠେ ସେ
ଦେଶର ସୁଯୋଗ୍ୟ ସନ୍ତାନ ।
ଦେଶର ଭଲମନ୍ଦ ପାଇଁ ଯେ
ସର୍ବଦା ହୋଇଥାଏ ତତ୍ପର
ସବୁ ଦୁଃଖ କଷ୍ଟ କୁ ଭୁଲି
ନିଜ ମାତୃଭୂମି ମାଆ ପାଇଁ
ଯିଏ ସଦା ଅହରହ ଥାଏ ଚିନ୍ତିତ
ମୃତ୍ୟୁ ପରେ ସେ ହୁଏ ବି ଅମର।
ମୋ ଦେଶ ଭାରତ ସାରା ।
ବିଶ୍ୱ ରେ ଆଜି ପୂଜନୀୟ।
ମୋ ଦେଶ ର କଳା ସଂସ୍କୃତି ଓ
ସଭ୍ୟତା ଓ ପରମ୍ପରା ସାରା
ବିଶ୍ୱ ର ଜନତା ଦେଖାଏ ପଥ।
ବିଭିନ୍ନତା ଭିତରେ ଏକତା
ମୋ ଦେଶ ର ମୂଳ ନୀତି।
ହିନ୍ଦୁ ମୁସଲମାନ ପରି ବିଭିନ୍ନ
ଧର୍ମ ର ଲୋକ ଏଠି ଚଳନ୍ତି
ହୋଇ ଭାଇଭାଇକା।
ସାରା ବିଶ୍ବରେ ମୋ ଦେଶ କୁ
ଏକ ମହାନ୍ କରି ଗଢି ତୋଳିବା ରେ
ମୋ ଦେଶ ନାଗରିକ କରେ ଉଦ୍ୟମ।
ଭିନ୍ନ ଧର୍ମର ଓ ଭିନ୍ନ ଭାଷା ର
କାଟିଲେ ବି ଜୀବନ ଏଠି
ତାଙ୍କ ର ଗୋଟିଏ ପରିଚୟ
ସେ ହେଲେ ଭାରତ ମାତାର ସନ୍ତାନ।
ଦେବିପ୍ରିୟା ଦାସ
ଭୁବନେଶ୍ଵର।
No comments:
Post a Comment