ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

ମୋ ଜନ୍ମଭୂମି - ବିଜୟ କୁମାର ସ୍ବାଇଁ , କଟକ

    :: ମୋ ଜନ୍ମଭୂମି ::

ଏଇ ଭାରତ ମୋ ଜନମ ଭୂଇଁ ରେ
ଏଇ ଭାରତ ମୋ ମାଆ
      ତା ପାଣି ପବନେ ଗଢା ଏ ଶରୀର
     ରଖିବି ତାହାର ନାଁ।
ତାର ବିଲ ବଣ ହରିତ କେଦାର
   କେତେ ଯେ ସୌନ୍ଦର୍ଯ୍ୟ ମୟ,
ନଦୀ ପରବତ ସାଗର ଆଦି ଯେ
     କରନ୍ତି ମା ର ଜୟ।
ମହୋଦଧି ଧୁଏ ପୟର ଯାହାର
    ମୁକୁଟ ଯା ହିମଗିରି
ବନ ଉପବନ ଯା ଯଶ ଗାନ୍ତି
    କେ ହେବ ରେ ତାର ସରି?
ମୋ ଜନମ ଭୂମି ଭାରତ ଜନନୀ
   ତା କୋଳେ ଜନମ ନେଇ
ସାର୍ଥକ ହୋଇ ଛି ଜନମ ମୋହର
  ଅଟେ ଭାଗ୍ୟବାନ ମୁହିଁ।
ଆସ ରେ ଆସ ରେ ମୋ ଭଉଣୀ
  ହାତରେ ହାତ ମିଳାଇ
ଭାରତ ମା ର କବଚ ସାଜି ବା
   ବଇରୀ ଦେବା ହଟାଇ।
ଆସୁ ଚୀନ ଅବା ଆସୁ ପାକିସ୍ତାନ
  ନ ଡରି ବା କାହାରିକୁ
ଶିର ଦେବା ପଛେ ସାର ଦେବା ନାହିଁ
   ଆଗେଇ ଯିବା ଆଗକୁ 
କୋଟିଏ କଣ୍ଠ ରେ ମୁଖରିତ ହେଉ
  ଜନମ ଭୂଇଁ ର ଜୟ 
  ମା ଟେକ ଲାଗି ମରିଯିବା ପଛେ
      କରିବାନି କେବେ ଭୟ,
    ମା ଦେବ ବରା ଭୟ ।
   ଜନମ ଭୂମି ର ଜୟ
ଭାରତ ମାତା ର ଜୟ।

ବିଜୟ କୁମାର ସ୍ବାଇଁ
 ଆଚାର୍ଯ୍ୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଶଙ୍କର ପୁର କଟକ

No comments: