* ମୋ ଜନ୍ମଭୂମି *
ଛଟ ମୋର ଗାଁ ଟି
କି ସୁନ୍ଦର ତାର ନାଁ ଟି
ପରିଚୟ ଦିଏ ଆମ ଜନ୍ମ ଭୂଇଟି
ତାରି କୋଳରେ ହେଲିମୁ ଜାତ
ଦେଖିଲି ଏ ମିଛ ସତ ର ଜଗତ
ତା ଉପରେ କେତେ ଝୁଣ୍ଟିଚି ପଡିଛି
କେତେ କଷ୍ଟକୁ ସେ ସହ୍ୟ କରିଛି
ଦିଶେ ଥାଏ ସଦା ସବୁଜ ସୁନ୍ଦର
ହେଇଥାଉ ଅବା ଆଲୋକ ଅନ୍ଧାର
ତା ଉପରେ ପଡେ ସୂର୍ଯ୍ୟ କିରଣର ଝାସ
ତଥାପି ମୁହଁରେ ଝଟକୁ ଥାଏ ହସ
ତା ଚାରି ପାଖେ ପାହାଡ଼ ପର୍ବତ ଝରଣା କି ସୁନ୍ଦର ସଭା ପାଏ
ତା ପାଇ ମଠ ମନ୍ଦିର ଆଜି ମହକି ଝଟକୁ ଥାଏ
ରହିବ ନାହିଁ ଦିନେ ଧନ ଗର୍ବ ଅହଂକାର ମିଛ ପଣିଆ
ସେହି ଜନ୍ମଭୂମି ଆଜି ଦେଖାଇଚି ଏ ଦୁନିଆ
କେତେ ପୁଣ୍ୟ ପରବ ହୁଏ ପରା ଏଠି
ସେହି ଭାଇଚାରା ମିଳେନାହିଁ ତ କେଉଁଠି
ଜନ୍ମଭୂଇଁ ଛାଡି ଯେତେ ଦୂରେ ତୁ ଥିବୁ
ସମୟ ଆସିବ ଦିନେ
ସେ ମାଟିକୁ ନିଶ୍ଚୟ ଫେରିବୁ
କାହାକୁ ନ କରିସେ ପର
ସଭିଙ୍କୁ କରେସେ ନିଜର
ସେ ପରା ଜନ୍ମଭୂଇଁ ଟି ଆମର
*ଦୀପକ କୁମାର ପଣ୍ଡା
ଜିଲ୍ଲା -ରାୟଗଡା
ଗୁଣୁପୁର ଓଡ଼ିଶା*
No comments:
Post a Comment