:: ବୃକ୍ଷ ମୋର ବନ୍ଧୁ ::
___________
ମଞି ଟିଏ ଆକୁଳ ରେ ଅନାଇ ଥାଏ
ଆଶା କରେ ମାଟି,ପାଣି,ପବନ, ଉଷ୍ମତା ଗଛ ହେବା ପାଇଁ ,,,,,,,,
କେତେ ଦୁଃଖ ସୁଖ ବୃକ୍ଷ ଦେଖେ ଯେ ଆମର, ଦଣ୍ଡାୟମାନ ହୁଏ ଘର ଅଗଣା ର , ରାସ୍ତାକଡ ର ଅବା
ଜଙ୍ଗଲ ର ।।
ମନେ ପଡେ ବୃକ୍ଷ ଓହଳରେ
ଖେଳୁଥିଲି ପାଲାଦିନେ
ସାଙ୍ଗ ସାଥି ମେଳରେ
ଏବେ ବାଲ୍ୟକାଳ ବନ୍ଧା ହୁଏ
ପୋଥି ର ଭିତରେ
ତା ଗଛ ମୂଳରେ କେତେ ଯେ
କବିତା ଲେଖିଛି ବସି ସଞ,ସକାଳରେ ।।
ସକାଳ ଆକାଶ ରେ ଶଦ୍ଦ କାକଳି ପକ୍ଷୀର,ସଞ ହେଲେ ବସନ୍ତି ବିହଙ୍ଗ
ବୃକ୍ଷ ର ଡାଳର,ଖିଚିରି ମିଚିରି ଶଦ୍ଦ ରେ ଆପୋଷ କରନ୍ତି ଖୁସି ଗପର ଆସର ।।
ବୃକ୍ଷ ବନ୍ଧୁ ଟିଏ ଆମର
ଦେଇଥାଏ ସେ ମିଠା ଫଳ
ଫୁଲ,ଆଉ ପତ୍ର ର ସମ୍ଭାର
ପରଷି ଦିଏ ଅମ୍ଳଜାନ
ବଞ୍ଚିବା ପାଇଁ ସାଥି ଟିଏ
ଏ ବୃକ୍ଷ ମଣିଷର ।।
ପିତାମହ ଦିନ ଠୁ ଦଣ୍ଡାୟମାନ
ଏ ବୃକ୍ଷ ଦେଇ ଥାଏ ଶୀତଳ ଛାଇ
ଶୀତଳାମୟୀ ମାଁ ପରି
ପ୍ରକୃତି ର ଶୋଭା ବର୍ଦ୍ଧନ କରି
ମଣ୍ଡନ କରେ ଜନ ସମାଜ କୁ ଏଇ ।
ନ ଦେଉ ପଛ କେ ମିଠା ଫଳ
ନ ଫୁଟୁ ସୁନ୍ଦର ଫୁଲ
ମଧୁ ମକ୍ଷିକା ନ ଆସୁ ପଛ କେ
ପାଖ ବୃକ୍ଷ ର
ବୃକ୍ଷ କୁ କାଟି ଦେଲେ ଦୁଃଖ ବଢ଼ି ଯିବ ମଣିଷ ର ।।
ପଥିକ ପାଇଁ ରହିବନି ବୃକ୍ଷ ଆଶ୍ରୟର
ଚାତକ ପାଇଁ ବର୍ଷା ବର୍ଷିବନି
କୃଷକ ଆଖିରୁ ଝରି ଯିବ ଲୁହ ର ଧାର
ମଣିଷ ହୋଇ ଯିବ ଦୁଃଖ ରେ ଉବୁଟୁବୁ ,,,,,,,,,,,,,,,,,,,
ଏଥିପାଇଁ ବୃକ୍ଷ ଆମର ବନ୍ଧୁ ।।
ସୁଶ୍ରୀ ମନ୍ଦାକିନୀ ପାଢୀ
ରାଜନୀତି ବିଜ୍ଞାନ ଅଧ୍ୟାପିକା
ପଦ୍ମପୁର
ଜିଲ୍ଲା,ବରଗଡ
ପିନ୍,୭୬୮୦୩୬
No comments:
Post a Comment