ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

ବୃକ୍ଷ ମୋର ବନ୍ଧୁ - ରଚନା ରଥ , ରାୟଗଡ଼ା

 :: ବୃକ୍ଷ ମୋର ବନ୍ଧୁ ::
ସଖା ତୁହି ବନ୍ଧୁ ତୁହି 
      ଜନନୀ ଭଳି ମମତମୟୀ ,
ଶବ୍ଦ ସବୁର କୋଳାହଳ
     କିଛି ଲେଖିବେ ତୋରି ପାଇଁ ।
ନିତି କମେ ତୋ ଆୟୁଷ
       ବିନା ଦୋଷରେ ,
କେମିତି ହସିଦେଇ କୋଳ କରୁ 
      ତୁଚ୍ଛ ମାନବ ଜାତିକୁ ଅଧିରେ ।
ତୋର ଉପକାର , ବଖାଣନ୍ତି ଜେଜେ ମୋର 
ପାକୁଆ ପାଟିରେ , ଝାପସା ଆଖିରେ 
        ଗାଉଥାନ୍ତି ଗୁଣ ତୋର ।
   ସେ ନାହାନ୍ତି ଆଉ କହିବାକୁ ତୋ କଥା ,
ତାଙ୍କ ପଥନୁସରଣ କରିବି ଜାଣିବ ଜଗତ ତୋ ଗାଥା ।
   ଆଖି ଆଜି କାନ୍ଦେ , ଦେଖି ତୋତେ ଦୁଃଖେ,
ଆଶୀର୍ବାଦ ତୋର ମନୁଷ୍ୟକୁ ଯେତେ ଦେଉ କଷ୍ଟ ପଛେ ।
    ମାନବ ହତ୍ୟାକାରୀକୁ ଫାଶୀ ଦେଇଛି ,
 ତୋ ହତ୍ୟାକାରୀକୁ କିଏ କେବେ କାଠ ଗଡ଼ାକୁ ଡାକିଛି ।
ମନ ମୋର ଆଜି ଅଧିର 
       ଶବ୍ଦ ନାହିଁ ପ୍ରକଟ କରିବାକୁ ତୋ ଆଭାର ।
ହୀରା ନିଲା ମୋତି ମାଣିକର ନାହିଁ ମୋର ଇଚ୍ଛା ,
 ତୋର ମାହାତ୍ମ୍ୟ ଜଗତ ଜାଣୁ 
                     ପୂରଣ ହେଉ ତବ ଇଚ୍ଛା ।

ରଚନା ରଥ ,( ଗୁମୁଡ଼ା )
 ଜିଲ୍ଲା : ରାୟଗଡ଼ା

No comments: