ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

ବୃକ୍ଷ ମୋର ବନ୍ଧୁ - ରଞ୍ଜନ କୁମାର ପଣ୍ଡା , ବରଗଡ଼

:: ବୃକ୍ଷ ମୋର ବନ୍ଧୁ ::                       

କାହିଁ କେଉଁ ଆଦିମ କାଳରୁ
ବୃକ୍ଷ ଆମ ସଭିଙ୍କ ସଂସ୍କୃତି
ବନ ଆମ ପ୍ରକୃତିର ଘର
ବୃକ୍ଷ ଆମ ଜୀବନର ଦ୍ୱାର ।

ବିଜ୍ଞାନର ଆଦରଣୀୟ ଭାଷା
ସଂସ୍କୃତିର ଅଟେ ପତିଭାଷା
ଜଗତର ରକ୍ଷା ପାଇଁ ପୋଷା
ବୃକ୍ଷ ରୋପଣ ହେଉ ଆମ ପେଶା ।

ସୃଷ୍ଟିର ଆରମ୍ଭରୁ ସୃଷ୍ଟି ତା'ର
ଜୀବନକୁ ଦିଏ ସେ ଆହାର
ଜଗତକୁ ଅମ୍ଳଜାନ ତା'ର
ଦେଇ ଜୀବନରୁ ଭୟ କରେ ଦୂର ।

ବୃକ୍ଷ ପାଇଁ ଜଗତ ବଞ୍ଚିଛି
ବୃକ୍ଷ ପାଇଁ ସର୍ଜନା ଚାଲିଛି
ଜନ୍ମରୁ ଯେ ମରଣ ପର୍ଯ୍ୟନ୍ତ
ବୃକ୍ଷ ଅଟେ ଆମରି ରକ୍ଷକ  ।

ବୃକ୍ଷକୁ ଯିଏ ରକ୍ଷାକରେ
ବୃକ୍ଷ ମଧ୍ୟ ତାକୁ ରକ୍ଷାକରେ
ଜୀବନରେ କର ଏହି ଶିକ୍ଷା
ବୃକ୍ଷ ମୋର ବନ୍ଧୁ ହେଉ ଆମ ଦୀକ୍ଷା  ।

ରଞ୍ଜନ କୁମାର ପଣ୍ଡା
                ସଂସ୍କୃତ ଶିକ୍ଷକ
    ସରକାରୀ ଉଚ୍ଚ ବିଦ୍ୟାଳୟ, ଗୁପ୍ତେଶ୍ଵର
                   କୋରାପୁଟ
                  🙏🏻🙏🏻🙏🏻

No comments: