★★★( ବୃକ୍ଷ ମୋର ବନ୍ଧୁ )★★★
ହେ ବନ୍ଧୁ !
ତୁମେ ଅଟ ଦେବ ଆଉ ମହାଦେବ
ତୁମ ବିନା ସୃଷ୍ଟି ଅସମ୍ଭବ ।
ତୁମେ ପରା ଅନ୍ତର୍ଯାମୀ କଳ୍ପ ବଟ
ସକଳ ପ୍ରଜାତିର ବାନ୍ଧବ ।।
ଜଳ, ସ୍ଥଳ, ବାୟୁ, ଅଗ୍ନି ଓ ଆକାଶ
ଏ ପଞ୍ଚଭୂତେ ଗାଢ଼ ଶରୀର।
ଧରା ଧାମେ ଆସି ପାଇଛ ଅମୃତ
କରିଛ ସଭିଙ୍କୁ ଆପଣାର।
ଶରୀରେ ବକଳ ଶିରେ ଫୁଲ ମାଲ
ଧରିଅଛ ବିଶାଳ ହୃଦୟ ।
ସୁଗନ୍ଧିତ ବାସେ ମହକେ ପ୍ରାଙ୍ଗଣ
ସଭିଙ୍କ ପାଇଁ ହୁଅ ସଦୟ ।।
ଜନ୍ମ ଜନ୍ମାନ୍ତର ବ୍ରହ୍ମଚାରୀ ବେଶେ
ଧ୍ୟାନମଗ୍ନେ ଥାଅ ତରୁବର ।
କେତେ ଝଡ, ଝଞ୍ଜା, ରୌଦ୍ର ପରକାଶେ
ହୋଇ ନାହଁ କେବେ ସ୍ୱାର୍ଥପର ।।
ଝଡ, ବନ୍ୟା, ବାତ୍ୟା, ଶୀତର ଲହରୀ
ରହିଥାଅ ତୁମ ଦମ୍ଭ ବଳେ ।
ବାଟୋଇ ପାଇଁ ଯେ ସାହାରା ସାଜିଛ
କରେ ଜୟ ଗାନ ସଦାବେଳେ ।।
ନିର୍ଭିକ, ନିର୍ଲୋଭ, ଅଟଳ ଉଦାର
ତୁମେ ତ ସଦା ପ୍ରତିଜ୍ଞାବଦ୍ଧ।
ତୁମ ଦୟା ବଳେ ମଣିଷ ସମାଜ
ବିଶ୍ୱାସର ଶୁଭଇ ଶବଦ।।
ସେବା, ଧର୍ମ, କର୍ମ, ଯା ମନରେ ଭରା
ସଂସାର ସବୁ ମଙ୍ଗଳ ପାଇଁ ।
ସମର୍ପଣ ଭାବେ ଥାଏ ନିରନ୍ତର
ସାରା ଦୁନିଆ ବୁକୁରେ ଚାହିଁ ।।
ତୁମେ ହିଁ ଜୀବନ ତୁମେ ହିଁ ଆଶ୍ରୟ
ତୁମେ ପରା ସଂସାରରେ ସତ୍ୟ ।
ତୁମରି ବିନାସେ ସକଳ ବିନାଶ
ସଦା ମୃତ୍ୟୁ କୁ ଭେଟିବେ ନିତ୍ୟ ।।
ବୃକ୍ଷ ର ଜୀବନେ ଆଜୀବନ ସେବା
ତାର ଜନମ ରୁ ମୃତ୍ୟୁ ଯାଏଁ ।
ବୃକ୍ଷ ହିଁ ଜଗତେ ଶ୍ରେଷ୍ଠ ଆରଧାନ
ମାନବ ହିତେ ଜୀବନ ଯାଏ।।
ତମେ ବ୍ରହ୍ମା, ବିଷ୍ଣୁ, ତୁମେ ମହେଶ୍ୱର
ତମେ ପରା ସାକ୍ଷ୍ୟାତ ଈଶ୍ୱର ।
ସକଳ ଜଗତ ଗାଉଛି ଗାରିମା
ତବ ପାଦେ କୋଟି ନମସ୍କାର ।।
ଆଶିଷ କୁମାର ବାରିକ
ସିହିନୀ ବେଳପଡା ବଲାଙ୍ଗୀର
9938330874 / 9438051786
No comments:
Post a Comment