ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

ବୃକ୍ଷ ମୋର ବନ୍ଧୁ - ‌ଦେବିପ୍ରିୟା ଦାସ , ଖୋର୍ଦ୍ଧା


  :: ବୃକ୍ଷ ମୋର ବନ୍ଧୁ ::
 ବୃକ୍ଷ ହିଁ ଜୀବନ
ହେ ମନୁଷ୍ୟ ସମାଜ
କରନି ବୃକ୍ଷ ର ଛେଦନ
ବୃକ୍ଷ ବିହୁନେ ଧରାରେ
ବଞ୍ଚିବା ଭାରି କଷ୍ଟ।
ନିଃଶ୍ବାସ ନେବା ପାଇଁ
ମନୁଷ୍ୟ ନିର୍ଭର କରେ
ବୃକ୍ଷର ଉପରେ।
ବର୍ଷା ହୁଏ ନି
ଗଛ ନଥିଲେ ଧରାରେ।
ବୃକ୍ଷ ହିଁ ମନୁଷ୍ୟ ର
ପ୍ରକୃତ ବନ୍ଧୁ
ଛାଇ,ପବନ ଓ ଫଳଫୁଲ
ପାଇଁ ମନୁଷ୍ୟ କରେ
ଲୋଡା ଗଛର ସାହାଯ୍ୟ।
ହେ ମାନବ ସମାଜ
କର ପ୍ରଚୁର ବୃକ୍ଷ ର ରୋପଣ 
ନ ହାଣି ବୃକ୍ଷ 
କରନି ଜଙ୍ଗଲ କ୍ଷୟ
ନହେଲେ ପୃଥିବୀରୁ
ବିଲୁପ୍ତ ହେବେ ନିରିହ
ଜୀବଜଗତ।

‌ଦେବିପ୍ରିୟା ଦାସ୍ 
              ଭୁବନେଶ୍ଵର।

No comments: