ବୃକ୍ଷ ମୋର ବନ୍ଧୁ ବୃକ୍ଷ ମୋର ସଖା
ବୃକ୍ଷ ମୋର ସହୋଦର ,
ବୃକ୍ଷ ବିନା ଏ ମୋ ଜୀବନ ଅସାର
ହୋଇଯିବ ନାରଖାର ॥
ବୃକ୍ଷ ଦିଏ ଛାଇ ବୃକ୍ଷ ଦିଏ ଜଳ
ବୃକ୍ଷ ଦିଏ ଫୁଲ ଫଳ ,
ବୃକ୍ଷ ଏକ ଏକ ଲଗେଇବା ଆସ
ପରିବେଶ ହେବ ଭଳ ॥
ବୃକ୍ଷର ଠାରୁ ମୁଁ ଅମ୍ଲଜାନ ପାଇ
ଅଙ୍ଗାରକାମ୍ଲ ଦିଏ ଛାଡି ,
ବୃକ୍ଷ ଅଛି ବୋଲି ସିନା ଆହେ ବନ୍ଧୁ
ଆୟୁଷ ଯାଉଛି ମୋ ବଢି ॥
ବୃକ୍ଷଠାରୁ ପାଇ ଜାଳେଣି କାଠ ହେ
ମୋ ଘରେ ତ ଜଳେ ଚୁଲୀ ,
ଖାଦ୍ଯ ରାନ୍ଧି ମୋର ଘରଣୀ ପରଷେ
ଜୀବନେ ହେବ କି ଭୁଲି ॥
ଔଷଧ ମିଲଇ ବୃକ୍ଷଠାରୁ ବୋଲି
ସୁସ୍ଥ ରହେ ଏ ଶରୀର ,
ତଥାପି ମଣିଷ ହାଣି ସେ ବୃକ୍ଷକୁ
କରିଦିଏ ଛାରଖାର ॥
ବୃକ୍ଷରେ ତିଆରି ମେଜ ଓ ପଲଙ୍କ
ଚଉକି ବସିବା ପାଇଁ ,
ଘର ଦ୍ବାରେ ବୃକ୍ଷ ଲାଗିଥାଏ ବୋଲି
ମଜଭୁତ ହୋଇଥାଏ ଭାଇ ॥
ଛୋଟ ଏକ ଛୁଂଚି ଫୋଡି ହେଲେ ଦେହେ
ରୁଧିର ପଡଇ ଝରି ,
ମଣିଷ ହାତରୁ ହାଣ ଖାଇ ବୃକ୍ଷ
ନିମିଷକେ ଯାଏ ମରି ॥
ବୃକ୍ଷ ଦେଇଦିଏ ଆପାଦ ମସ୍ତକ
ସମାଜର ହିତ ପାଇଁ ,
ବୃକ୍ଷଟେ ଲଗେଇ ଯତନ କରିବା
ସଭିଏଁ ଆସ ହୋ ଧାଇଁ ॥
ଜନମ ଠାରୁ ଯେ ମରଣ ପର୍ଯ୍ଯନ୍ତ
ବୃକ୍ଷଠୁ ସାହାଯ୍ଯ ପାଇ ,
ଆଜିର ମଣିଷ ଏ ଧରା ଧାମରେ
ବଂଚି ରହିଛି ହୋ ଭାଇ ॥
××××××××××××××××××××××××
××××××××××××××××××××××××
କବି‐ ଯୁବରାଜ କୁଦେଇ
ଗ୍ରା/ପୋ‐ ଇଛାପୁର
ଥା‐ ଡୁଙ୍ଗୁରିପାଲି
ଜି‐ ସୁବର୍ଣ୍ଣପୁର
ମୋ‐ ୯୯୩୮୮୧୩୭୦୬
No comments:
Post a Comment