ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

ବୃକ୍ଷ ମୋର ବନ୍ଧୁ - ପ୍ରିୟଦର୍ଶନୀ ମହାପାତ୍ର , ନୟାଗଡ଼

     :: ବୃକ୍ଷ ମୋର ବନ୍ଧୁ :: 

ବୃକ୍ଷ ହିଁ ଜୀବନ ଜୀବନ ହିଁ ବୃକ୍ଷ 
ସଦା ମନେ ରଖିଥିବ 
ଶିଶୁଟିଏ ଭାବି ଯତ୍ନ ସହକାରେ 
ପାଳନ କରି ଚାଲିବ ।

ତୁମ ଋଣ ବନ୍ଧୁ ବୃକ୍ଷ ସୁଝିଦବ 
ଦେଇ ତାର ଫୁଲ ଫଳ 
କର୍ତ୍ତବ୍ୟ ଆମର କରୁଥିବା ସଦା 
ପରିବେଶ ହେବ ନିରିମଳ ।

ଅଙ୍ଗରକାମ୍ଳକୁ ଗ୍ରହଣ କରି 
ତ୍ୟାଗ କରି ଅମ୍ଳଜାନ 
ଉପକାର ସଦା ମନେ ରଖୁଥିବ 
କରିବନି ଅଭିମାନ ।

ମୃତ୍ତିକା ସଂରକ୍ଷଣ ପରିବେଶ ରକ୍ଷା 
ବୃକ୍ଷ ହିଁ ତ କରିଥାଏ 
ଅମୂଲ ମୂଲ ସେ ଆମ ପାଇଁ ଅଟେ 
ଜାଳେଣି ଯୋଗାଇ ଥାଏ ।

ଜଳବାୟୁ ଆମ ନିୟନ୍ତ୍ରଣ ପାଇଁ 
ବନୀକରଣ କରିବା 
ଆଉ ସବୁ କଥା ପଛ କରିଦେଇ 
ବୃକ୍ଷକୁ ଜୀବନ ଦେବା ।

ଛୋଟ ବଡ଼ ନାହିଁ ଗଛ କ୍ଷେତ୍ରରେ 
ସବୁ ଅଟେ ଉପକାରୀ 
ରୋଗ ବ୍ୟାଧି ସଦା ଦୂର କରିଦିଏ 
ଦରକାରୀ ସେ ସବୁରି ।

ସଭିଏଁ ଆମେ ଏକତ୍ର ହୋଇ
ବୃକ୍ଷକୁ ଲଗାଇଦେବା 
ପିଲାଟିଏକୁ ଗଛଟିଏ କହି
ସ୍ଲୋଗାନ ଦେଇ ବୁଲିବା ।


ପ୍ରିୟଦର୍ଶନୀ ମହାପାତ୍ର 
ଶିକ୍ଷୟିତ୍ରୀ
ଓଡ଼ଗାଁ 
ନୟାଗଡ

No comments: