:: ବୃକ୍ଷ ମୋର ବନ୍ଧୁ ::
ସୃଷ୍ଟି ଆରମ୍ଭ ରୁ ଏହି ଧରା ପୃଷ୍ଠରେ
ଲିପ୍ତ ରହିଅଛି ସଂସାର ହିତରେ ।।
ବୃକ୍ଷ ଟି ପରା ଦେବତା ଆମପାଇଁ
ଫୁଲ ଫଳ ଡ଼ାଳ ପତ୍ର ସେ ଦିଅଇ।।
ତାର ପତ୍ର ସଢି ପଚି ହୁଏ ଖତ ସାର
ମାଟି କୁ କରାଏ ସେହି ଉରୁବର।।
କ୍ଷୟ ହୁଏ ନାହିଁ ମାଟି ବାନ୍ଧି ରଖେ ଚେର
ବୃକ୍ଷ ଥିଲେ ଚାଷୀ କୁ ନଥାଏ ଟି ଡର।।
ଔଷଧୀୟ ଗୁଣ ଅଛି ଅନେକ ବୃକ୍ଷର
ଅନେକ ବ୍ୟାଧି ଆମର କରିଥାଏ ଦୁର।।
ଥାଏ ବୃକ୍ଷ ସଦା ଆମ ହିତ ପାଇଁ
ସିଏ ସଦା ଆମକୁ ଅମୃତ ଦିଅଇ
ଅଙ୍ଗାରକ ନେଇ ବାୟୁ ପ୍ରଦୂଷଣ କରେ
ଅମ୍ଳଜାନ ସହିତ ଅମୃତ ଝରେ ।।
ବୃକ୍ଷ ତରୁ ଲତା ପୃଥିବୀରେ ଶୋଭାପାଏ
ପ୍ରକୃତିର ଦାନ ସବୁ ମରମ କୁ ଛୁଏଁ।।
ମାନବ କାଳ କାଳରୁ ବଞ୍ଚିଛି ତାହାରି ଆଶିଷେ
ବଢ଼ିଛି ତା'ର କୋଳେ ତା'ର ପରିବେଶେ।।
ସହୃଥାଏ ଖରା ବର୍ଷା ଶୀତ କାକର
ସେ ପରା ପୃଥିବୀର ନିସ୍ତଦ୍ଦ ବୀର।।
ତ୍ୟାଗ କରିଛି ତାହାର ସମ୍ପୁର୍ଣ୍ଣ ସରୀର
ପରୋକ୍ଷ ପ୍ରତ୍ୟକ୍ଷ ରେ କରେ ଉପକାର।।
ଏ ମାନବ ଜାତି ହୋଅଇ ନିଷ୍ଠୁର
ଉଗ୍ରରୂପ ଧରି ଆମେ ନେଉ ପ୍ରାଣ ତାର ।।
ଯାହା ପାଇଁ ପରା ଧରଣୀ ହସେ
ଫୁଲ ଫଳ ଭରା ବର୍ଷା ପରଷେ।।
ମହୀ ଚଉପାଶେ ବାସ ଚହଟାଏ
ପରିବେଶ କୁ ପରା ସୁନ୍ଦର କରାଏ।।
କେତେ ପଷୁ ପକ୍ଷୀ ନିଅନ୍ତି ଆଶ୍ରୟ
ତୁ କାହିଁକି ମାନବ କୁଠାରତା ପ୍ରାୟ।।
ବୃକ୍ଷ ବଂଶ ଯଦି ହୋଇଯାଏ ନାଶ
ଧରାପୁଷ୍ଟ ପରା ହୋଇବ ବିନାଶ।।
ପ୍ରକୃତି କୁ ଏବେ ମାନେନା ମଣିଷ
କରୁଛି ମାନବ ପ୍ରକୃତି ର ବିନାଶ।।
ସେଇଥି ପାଇଁକି ଅଜଣା ବେମାରୀ
ସଜା ଦେଉଅଛି ଆମରି ବେଖାତିରୀ।।
ବୃକ୍ଷ ପରାଏ ବନ୍ଧୁ ଆମ ସମସ୍ତଙ୍କର
ତାର ଜତ୍ନ ନବା କର୍ତ୍ତବ୍ୟ ଆମର ।।
ହେ ମାନବ ଥାଅ ଯଦି ସମାଜ ହତରେ
ବୃକ୍ଷ ଲଗାଇବା ପାଇଁ ରଖ ସଦା ଚିତରେ।।
ସଂଗ୍ରାମ କେଶରୀ ନାୟକ
ସଂଖୁଆ ଗଡରୁପାସ ଗୋପ ପୁରୀ
No comments:
Post a Comment