ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

ସ୍ମୃତି ମୋ ଜନ୍ମଭୂମି - ଅଭିମନ୍ୟୁ ପ୍ରଧାନ , ଯାଜପୁର

     :: ସ୍ମୃତି ମୋ ଜନ୍ମଭୂମି ::

ସ୍ମୃତି ଇଏ ମୋ ଜନମ ଭୂମି
         ସୌନ୍ଦର୍ଯ୍ୟ ରେ ଭରା ଜନ୍ମ ଭୂମି ମୋର
ସ୍ମୃତି ପ୍ରଭାତ ହେଲେ ପୂରୁବ ଦିଗେ ରବିର କିରଣ
         କେତେ ସୁନ୍ଦର ଲାଗେ ଗାଁ ଟି ମୋର ।।

ସ୍ମୃତି ଜନ୍ମଭୂମି ଡାକି ଖୋଜି ତତେ
        କାହିଁ ଗଲୁ ସ୍ମୃତି ମୋର
ପୂରୁବ କଥା କି ମନେ ପଡୁନାହିଁ
           କରି ଦେଇ ଗଲୁ ପର ।।

ସ୍ମୃତି ପୁଣ୍ୟମୟୀ ଭାରତ ବର୍ଷ
          ପବିତ୍ର ଜନ୍ମ ଭୂମି ମୋର
ସ୍ମୃତି ସ୍ଵର୍ଗାଦପୀ ଗରୀୟସୀ
           ମହାନ କର୍ମଭୂମି କ୍ଷେତ୍ରର ।।

ସ୍ମୃତି ଏ ଦେଶ ମାଟିରେ ଜନ୍ମ
          ପ୍ରଭୁ ଶ୍ରୀ ରାମଚନ୍ଦ୍ର ର
ସ୍ମୃତି ଏ ପୁନ୍ୟ ମାଟିରେ ଜନ୍ମ
         ପ୍ରତ୍ୟକ୍ଷ ଶିଶୁ ରାମ ।।

ସ୍ମୃତି ମୋ ସ୍ୱାଧୀନତା ର
           ମହାନ୍ ଦେଶ ଭକ୍ତଙ୍କର
କହି ହେବ ନାହିଁ କେତେ
            ମହାନ୍ ନାମ ବୀରଙ୍କର  ।।

ସ୍ମୃତି ମୋ ସେନା ସୀମାର
            କାଶ୍ମୀରୀ ଆମର
ସ୍ମୃତି ମୋ କେତେ କାଳୁ
          ଅଯୋଧ୍ୟା ନଗର ।।

ସ୍ମୃତି ଧର୍ମଭୂମି କର୍ମଭୂମି
           ପୂଣ୍ୟଭୂମି ଭାରତ ମାତାର
ହିମାଳୟ ର ଚରଣ ଛୁଏଁ
            ଗଙ୍ଗା, ଯମୁନା, ସିନ୍ଧୁ ସାଗର ।।

ସ୍ମୃତି ନିଆରା ସଂସ୍କୃତି ତାହାର
          ବାର ମାସେ ଜାତ ତେର
ବିଶ୍ୱରେ ବିଳର ସୁନାମ ଯାହାର
            ଓଡ଼ିଶାରେ ବଡ଼ ଠାକୁର ।।

ସ୍ମୃତି ଆମ ଜୀବନ କାହାଣୀର
        ସ୍ମୃତି ଠାରୁ କିଛିଅଛି ଶୁଖିବାର
ସ୍ମୃତି ହୁଏ ନାହିଁ ମନରୁ ମୁକ୍ତ ଆମର
          ଜୀବନ ପଥକୁ କରେ ଉନ୍ମକ୍ତ ଆମର ।।
       ----୦----
               ଅଭିମନ୍ୟୁ ପ୍ରଧାନ
ଶକୁନ୍ତଳାପୁର,ବଡ଼ଚଣା,ଯାଜପୁର

No comments: