ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

ମୋ ଜନ୍ମଭୂମି - ନୃସିଂହ ପାଣିଗ୍ରାହୀ , ପୁରୀ

    ***** ମୋ ଜନ୍ମଭୂମି ******

 ଅନ୍ତରାତ୍ମା ମୋର     ସୁଖ ଲଭେ କୋଟି
       ମାଆ ର ମମତା ଆସିଲା
କାନ୍ତକବି ଆଜି       ଖୁସି ହେଉଥିବେ
    ତାଙ୍କ ଜୀବନ ସାର୍ଥକ ହୋଇଲା......!!

ଜନନୀ ଜୟ ରେ     ପ୍ରକମ୍ପିତ ହୁଏ
   ଆଜି ଏମିତି ସମୟ ଆସିଛି
ମାତୃଭାଷା ଆଜି       ତା ଠିକଣା ପାଇଲା
    ଓଡ଼ିଶା ବାସୀଙ୍କ ପାଇଁକି......!!

ଅନ୍ତରାଳେ ଆଜି     ଶଙ୍ଖ ଧ୍ୱନି ଶୁଭେ
    ଗୁଞ୍ଜରଣ ସଂଚାରେ ମନରେ
ଅପ୍ରମିତ  ସଂୟ    ସ୍ଥିତ ପ୍ରଜ୍ଞ ହୋଇ
   ବସିଲି ମୁଁ  ମାଆ ବକ୍ଷରେ.....!!

ଆକାଶ ଛୁଆଁ ମୋ   କର ଦୁଇ ଆଜି
    କି କଥା  କହିବି ଭାବରେ
ଓଡ଼ିଶା ବାସୀଙ୍କୁ     ନମନ୍ ହେଉଛି
   ଏକତା ଏମିତି ଥାଉ  ହେ......!!

ଅକଳ୍ପନୀୟ ହୃଦୟ  ତା'ର
             ଅତି ଉପାଦେୟ କଥା
କାହିଁକି କହିବି ତା'ର ଏକଥା
             ମୂର୍ଖାମି ହେବ ମୋ ପ୍ରଥା....!!
ଅତି ସୁମଧୁର ପ୍ରଶାନ୍ତ ଦିଶଇ
            ମାଆ ର ମମତା ପାଇଁ
ଦେଖୁ ଦେଖୁ ଆଖି ସ୍ଥିର ରହିଯାଏ
            ଖୋଜେ ସନ୍ତାନର ସ୍ନେହ ପାଇଁ ....!!!


    
ନୃସିଂହ ପାଣିଗ୍ରାହୀ
ଶିକ୍ଷକ , ପୁରୀ 

No comments: