ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

ବୃକ୍ଷ ମୋର ବନ୍ଧୁ - ଆଶିଷ କୁମାର ବଣିଆଁ , ବଲାଙ୍ଗୀର

* ବୃକ୍ଷ ମୋର ବନ୍ଧୁ *

ଗଛ କାଟିବାନି,ଆସ ଲଗେଇବା ଗଛ
ଗଛ ଲଗାଇଲେ ପରିବେଶ ହେବ ସ୍ବଛ୍ଛ ।।
ଗଛ ତ ହେଉଛି ଆମରି ଜୀବନ
ଗଛ ଦେଉଅଛି ଆମକୁ ଶୀତଳ ପବନ ।।
ଗଛ ଆମକୁ ଦିଏ ଭିନ୍ନ ଫୁଲ ଫଳ
ଗଛ ବିନା ତ ରହିବନି ବଣ ଜଙ୍ଗଲ  ।।
ଗଛର ଛାଇ ସତରେ କେତେ ବଢିଆ
ଗଛ କାଟିଦେଲେ ଚଉଦିଗ ହେବ ପଡିଆ।।
ଗଛର ଲାଗି ଯେ ହୁଏତ ଭଲ ବରଷା
ବରଷା ଦେଖି ମାଟି ମାଁ ହୁଏ ସରସା।।
ଗଛ ଥିଲେ ତ ହେବନି ଅଂଶୁଘାତ
ଗଛ ଲଗେଇବା, ବେଳ ଥାଉ ଆସ ମିତ।।
ଗଛ ସାହାଯ୍ୟ କରଇ, ତିଆରିଲେ ଆମେ ଘର
ଗଛ ତ ଆମରି ଜୀବନସାଥି  ନୁହେଁ ଯେ ପର ।।
ଗଛରୁ ମିଳେ ଯେ ଔଷଧ ମୁଲ୍ୟବାନ
ଆହୁରି ଆମକୁ ଦଏ ଯେ ସେ ଅମ୍ଲଜାନ ।।
ପ୍ରକୃତ ବନ୍ଧୁ ଅଟଇ ଗଛ ହୋ ଆମରି
ସବୁଜ ସୁନ୍ଦର ପରିବେଶ ହେବ ତିଆରି ।।

ଆଶିଷ କୁମାର ବଣିଆଁ
     *ବିଲାଇସର୍ଡା*
      *ବଲାଙ୍ଗୀର*

No comments: