ମାତୃ ଶକ୍ତି
ମାଆ ଜନ୍ମଦାତ୍ରୀ ଅଟଇ ମହାନ
କିଏବା ପାରିବ ଭୁଲି
ଜନ୍ମଦେଲା ଠାରୁ ମରଣ ପର୍ଯ୍ୟନ୍ତ
ମାଆ କୋଳ ନୁହେଁ ଖାଲି ।୧।
କେତେ ଯତନରେ ବଢାଇ ଥାଏ ସେ
ମନେକେତେ ଆଶା ନେଇ
ମାତୃ ଶକ୍ତି ନେଇ ପିଲା ଭାବିଥାଏ
ଆଗକୁ ଯିବି ଆଗେଇ ।୨।
ମାଆର ମମତା ମାଆ ଆର୍ଶୀବାଦ
ପିଲାର ମୁଣ୍ଡରେ ଥିଲେ
ହାରେ ନାହିଁ ପିଲା କେବେ କେଉଁଠାରେ
ବିପଦ ନ ଆସେ ଭଲେ ।୩।
ପିଲାର ଉନ୍ନତି ଦେଶର ପ୍ରଗତି
ମାତୃ ଶକ୍ତି ପାଇଁ ହୁଏ
ମାତୃ ଶକ୍ତି ବିନା ଏସାରା ସଂସାର
ଅନ୍ଧକାର ହୋଇ ଯାଏ ।୪।
କବିକମଳ ନରେନ୍ଦ୍ର ପ୍ରସାଦ ବେହେରା, ଆଳଦା, ଖଇରା,ବାଲେଶ୍ଵର ଏବଂ ମୋ ଅନୁଷ୍ଠାନ ସାହିତ୍ୟ ସଂସଦ,ଖଇରା,ବାଲେଶ୍ବରର ସମ୍ପାଦକ, ମୋ-୯୮୫୩୧୪୨୫୧୦/୯୮୬୧୫୩୨୧୪୭
No comments:
Post a Comment