"ମାତୃ ଶକ୍ତି"
ଆଗୋ ଦେଶର
ମାତୃ ଶକ୍ତି!
ହରାଇ ଦେଲକି ସେ ଅଦୃଶ୍ୟ ଶକ୍ତି?
ଏ ଦେଶ ମାଟିରେ ଆବିର୍ଭାବ ହୋଇ,
ନିଜେ ନିଜକୁ ପ୍ରତାରିତ କଲ!!
କେବେ ଗର୍ଭପାତରେ,
ପୁଣି କେବେ ପ୍ରସବ ପରେ ଦାଈମା ହାତରେ
ନିଜକୁ ସମାପ୍ତ କଲ!
କେଉଁଠି ଶିଶୁ କନ୍ୟା ତ କେଉଁଠି ବୃଦ୍ଧା ମାଁ ହୋଇ
ନିର୍ଯ୍ଯାତିତା, ଲୁଣ୍ଠିତା ହେଲ?
ରାବଣ ଅପହୃତା ସୀତା
ଅଗ୍ନି ପରୀକ୍ଷା ଦେଲ...
ଅଗ୍ନି ସମ୍ଭୁତା ଦ୍ରୌପଦୀ
ରାଜ ସଭାରେ ବିବସ୍ତ୍ର ହେଲ....
ସତେ କି ହେ ଦେବୀ! ହରାଇଛ ତୁମ ଛବି??
ଏ ଯୁଗରେ ନା ଶ୍ରୀରାମ, ନା ଅଛନ୍ତି ହରି!
ଭୁଲିଗଲ କି ?
ତୁମେ ପରା ଥିଲ ଦୂର୍ଗା, ତୁମେ ଥିଲ କାଳୀ!
ଅନେକ ଅଶୁର ସଂହାର କରି ମୁଣ୍ଡ ମାଳା ଧାରଣ କରିଥିଲ!
ଉଠ ଶକ୍ତି!
ସେଇ ହୃତ ଚେତନାକୁ ପ୍ରାପ୍ତ କର।
ହାତରେ ଖଡ୍ଗ, ତ୍ରୀଶୁଳ ଧରି ସଂହାର କର।
କମ୍ପମାନ ହେଉ ଏ ଧରଣୀ,
ଦେଶକୁ, ରକ୍ତ ବୀର୍ଜ ରୁ ମୁକ୍ତ କର ।।।
---------------------
କୃଷ୍ଣା ମିଶ୍ର
ଡି-3, ସ୍କୁଲ ହାଉସିଙ୍ଗ କଲୋନୀ, ଜିନ୍ଦଲ,
ରାୟଗଡ଼, ଛତିଶଗଡ
9301012333
No comments:
Post a Comment