ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

ମାତୃଶକ୍ତି - ଶୋଭା ଗିନୀ ନନ୍ଦ - କୋରାପୁଟ



"ମାତ୍ରୁ ଶକ୍ତି"
‐‐‐‐‐‐‐‐‐‐‐‐‐‐‐‐‐

ମାତ୍ରୁଶକ୍ତି ଏକ ପ୍ରଚଣ୍ତଶକ୍ତି
ମାନବ ଦେବତା ଯୁଗେଯୁଗେ
କରେ ତା ପାଦ ପଦ୍ମେ ଭକତି  ।
ନାରୀନାରାୟଣୀ,ଶକ୍ତିସ୍ବରୂପିଣୀ
ଜ୍ଞାନ ପ୍ରଦାୟନୀ,ଅଭୟଦାୟିନୀ  ।
ଏକସୁତ୍ରେ ବନ୍ଧା‐‐‐ ମାତ୍ରୁ, ମାଆ, ମାତା ଓ ଜନନୀ
ବୀର ପ୍ରସବିନୀ,କଲ୍ୟାଣ ଦାୟିନୀ  
ନୁହେଁ ଅବଳା ନୁହେଁ ଦୁର୍ବଳା
ସେତ ସର୍ବଂସହା ବିଶ୍ବପାଳିନୀ   ।

ଜନ୍ମଦାତ୍ରୀ ସ୍ରୁଷ୍ଟିକାରିଣୀ
ଗ୍ରୁହଲକ୍ଷ୍ମୀ ,ବହୁବିଧିପ୍ରଦାୟିନୀ

ଜନନୀ,ଜାୟା, ଓଭଗିନୀ
ସତ୍ଯ ଶିବ ସୁନ୍ଦର  ।
ଗ୍ରୁହ ତୋଳିବାରେ
ସେତ ଅଗ୍ରଣୀ  ।

ଇତିହାସ, ପୁରାଣ, କିମ୍ବଦନ୍ତୀ
ହୁଏ ଲିଖିତ ସେତ ରକ୍ଷାକାରିଣୀ  ।
ଯମକୁ କରିପରାଜିତ
ଫୁଲ ସମ୍ଭାରରେଗ୍ରୁହ ଯେ ଗୁନ୍ଥଇ
ସ୍ବାମୀ କୁ କରି ଅମର
ଏହାଯେ ବିଦିତ  ା
ଜନନୀରୂପେ ବାସ୍ରଲ୍ୟ ପ୍ରେମ ଯେ କରଇ 
ଭଗିନୀ ହୋଇଭକ୍ତି ରେ ସମ୍ମାନ ଢାଳଇ  ।
ଜାୟା ହୋଇ ପ୍ରେମସୁଧାବାରିବରସାଇ  ।
ସେବା ମମତାରେ ପ୍ରେମରମୂରତୀ ଗଢଇ
ତା'ଶକ୍ତି ଅଟଳ ଅଚଳ ହିମାଳୟଗିରି
ନ୍ରୁଶଂସେଦଣ୍ତ ଦିଏ ବକ୍ଷଯେ ବିଦାରୀ  ।
ଦେଶ ମାତ୍ରୁକାକୁ ରକ୍ଷାକରେ
ତା'ବକ୍ଷୁଉଷ୍ମ ଲହୁଯେ  ବୁହାଇ  ା
ଆଖିରୁଝରାଏ ଲୁହ  କ୍ଷୀଣ ହୁଏ ଶରୀର
ଛିଣ୍ତା ବସ୍ରପିନ୍ଧେ ସନ୍ତାନପାଇଁ
ପତିର ହ୍ରୁଦୟ ତା'ପାଇଁ ମନ୍ଦିର  ା
ଗାର୍ଗୀ, ଆପାଲା,ଲୋପାମୁଦ୍ରା
ଝାନ୍ସୀ  ,ଫୁଲନ୍  ,ରେଜିୟା
ଏମାନେ ଗୋଟି ଗୋଟି କୀରତିରମାଳା  ା
ମାଆ ସହେ ଖରା, ବର୍ଷା ,ଶୀତ କାକର
ସନ୍ତାନେ ଦିଏ ପଣତର
ଶୁଶୀତଳ ଛାୟାରଜଳ  ା
ସ୍ରୁଷ୍ଟି, ସ୍ଥିତି, ବିଲୟର
ନାରୀଯେ ମୁଖ୍ୟ କାରଣ
  ତା ଶକତି ରେ ଅଛି  ଭକତି
ଥରାଇ ଦିଏ ସେ
ଜଳ, ସ୍ଥଳ, ଆକାଶ ମଣ୍ତଳ
ଲୋଲୁପ ଦ୍ର୍ରୁଷ୍ଟିଧାରୀର ହୁଏ ପାତାଳସ୍ଥଳ  ।
"ମାତ୍ରୁଶକ୍ତି"ସେତ ଅଜେୟ ଅମର
ନାହିଁତାର ପରାଜୟ    ା

ଶୋଭା ଗିନୀ ନନ୍ଦ 
ଜୟପୁର (କୋରାପୁଟ)
ମୋ‐‐୮୭୬୩୮୧୧୧୮୨/୬୩୭୦୦୯୫୫୪୩

No comments: