'
ମା
ମା ହିଁ ସୃଷ୍ଟି, ମା ହିଁ, ସ୍ଥିତି,
ମା ହିଁ ସକଳ ଅସ୍ତିତ୍ୱ।
ସାଗରୁ ଗଭୀର, ମଧୁଠୁ ମଧୁର,
ଅଟେ ତୋ 'ସ୍ନେହ ଅପାର।
ଗଙ୍ଗାର ନିର୍ମଳ ଧାରାପରି ତୁହି
ଅବିରତ ବହୁଥାଉ।
ଶ୍ରୀକୃଷ୍ଣଙ୍କ ମୁଖନିଃସୃତ ଗୀତାପରି,
ଜୀବନେ ଆମର ସୁଧାବାରି ହୋଇ
ନିତି ତୁହି ଝରୁଥାଉ।
ତୋ 'ପାଇଁ ମା ମୁଁ ସଂସାର ଦେଖିଲି,
ତୁହି କାୟାହେଲେ ମୁହିଁ ତୋର ଛାଇ।
ତୋ 'ପଣତକାନୀ ସଦା ଛାଇଭଳି,
ଆଶିଷ ମା'ଆମକୁ ଦିଏ।
ବକ୍ଷରୁ ତୋହର ଅମୃତ ଝରାଇ,
ନବସୃଜନୀର ସର୍ଜନା କର ଇ,
ତୁହି ମା କରୁଣାମୟୀ।
ପୃଥିବୀପରି ସର୍ବ୍ଂସହା ମା'ଗୋ,
ତୋହର କଳନା ନାହିଁ।
ତୁହି ମା ସୃଜନୀ, ତୁହି ମା ପାବନୀ,
ସ୍ନେହ ମମତାର ତୁହି ମନ୍ଦାକିନୀ।
ତୋ ପାଦପଦ୍ମରେ ସରଗ ଯେ ମୋର
ଅମୃତମୟୀ ମା ଅମୃତର ଧାରା,
ହୋଇ ନିତି ବହୁଥାଉ।
ଚରଣଯୁଗଳେ ତୋ ଅର୍ପଣ କରୁଛି,
ଭକ୍ତି ଅର୍ଘ୍ୟ ପୁଷ୍ପାଞ୍ଜଳି।
ସାରାସଂସାରରେ ତୁହି ଏକାସାର,
ମା' ତୋର ବିକଳ୍ପ ନାହିଁ,
ମା' ତୋର ବିକଳ୍ପ ନାହିଁ,
ମା' ତୋର ବିକଳ୍ପ ନାହିଁ।।
ଜନନୀ ଜନ୍ମଭୂମିଶ୍ଚ ସ୍ୱର୍ଗାଦପି ଗରିୟସୀ।।
ଜୟ ମାତୃଶକ୍ତି।।
ପୁଷ୍ପାଞ୍ଜଳି ପଣ୍ଡା
ଝାରସୁଗୁଡ଼ା,
8249855716






No comments:
Post a Comment