❤️❤️❤️ ମାଆ ❤️❤️❤️
ମାଆ ବୋଲି ଶବ୍ଦ ଦୁଇଟି ଅକ୍ଷରେ,
ଗଠିତ ହୋଇଛି ସିନା ।
ସଂସାର ରେ ନର ବଞ୍ଚି ନ ପାରିବେ,
ବାତ୍ସଲ୍ୟ ମମତା ବିନା ।।
ମାଆ ପାଖେ ଥିଲେ ସନ୍ତାନ କୁ କେବେ,
ହାରିବାର ଭୟ ନାହିଁ ।
ଅସାଧ୍ୟ କାର୍ଯ୍ୟ କୁ ସାଧ୍ୟ ସେ କରଇ,
ମାଆ ଙ୍କର କୃପା ପାଇ ।।
ମାଆ ଙ୍କ ପ୍ରେରଣା ସନ୍ତାନ ମନରେ,
ଉତ୍ସାହ ଆଣିଣ ଦିଏ ।
ମାତୃ କୃପା ପାଇ ସନ୍ତାନ ସର୍ବଦା,
କାର୍ଯ୍ୟ ରେ ସଫଳ ହୁଏ ।।
ପାଖେ ବସି ମାଆ କହିଦେଲେ ଥରେ,
ମିଠା ମିଠା ପଦେ କଥା ।
ହୋଇଯାଏ ଦୂର ତା'ରା ସନ୍ତାନ ର,
ମନର ଗଭୀର ବ୍ୟଥା ।।
ବିପଦ ବେଳ ରେ ମାଆ ଙ୍କ ନାମ କୁ,
ସୁମରି ଦେଲେ ହେ ଥରେ,
ମାଆ ଙ୍କର ପ୍ରିତୀ ଭରା ଶକ୍ତି ତା'ର,
ସନ୍ତାନ କୁ ରକ୍ଷା କରେ ।।
ମାଆ ଅଟେ ତା'ର ସନ୍ତାନ ପାଇଁଣ,
ରକ୍ଷା ର କବଚ ସତେ ।
ମାତୃ ଶକ୍ତି ଭଳି ଶକ୍ତି ନ ମିଳିବ,
ବିଶ୍ୱ ରେ ଖୋଜିଲେ ଯେତେ ।।
ନାମ-ସୁମନ୍ତ ବେହେରା
ଗ୍ରାମ/ପୋଷ୍ଟ-ହତାପୁର
ବ୍ଲକ-ପୁରୁଷୋତ୍ତମପୁର
ଜିଲ୍ଲା-ଗଞ୍ଜାମ
ତା-୦୭/୦୬/୨୦୨୦
🙏🙏🙏ଧନ୍ୟବାଦ🙏🙏🙏
No comments:
Post a Comment