ମାତୃଶକ୍ତି
ଜନମ ଦେଇଛି ନିଜର ରକତୁ
ଛାତିକୁ ପଥର କରି
ତା'ର ପଣତ ଶ୍ରୀମନ୍ଦିର ନେତ
ସ୍ନେହ ମମତାର ଘର
ତା ପଣତ ଵିଜୟ ର ନେତ
ମୁଣ୍ଡ ଥିଲେ ମିଳେ ଜୟ
ମଧୁଠୁ ମଧୁର ଜହ୍ନଠୁ ସୁନ୍ଦର
ମିଠା ତା'ର ନାଁ
ସେ ମା............
ମା ନାହିଁ ତା'ର ତୁଳନା
ସୀମାହୀନ ସାଗର ସେ
ତା ବକ୍ଷରେ ସନ୍ତାନ ପିରତି
ଥାଏ ଯେ ଭରି
ପଣତ ଯେବେସେ ଦିଏଘୋଡାଇ
ଦୁଃଖ ଭୟ ଯାଏ ଅପଶୋରି
ପେଟକୁ କାଟି ସମ୍ପିଦିଏ
ନିଜେ ରହି ଥାଈ ଉପଵାସେ।
ମା'ର ନାହିଁ ପଟାନ୍ତର!!
ବ୍ୟସ୍ତ ବହୁଳ ଜୀବନଚର୍ଯ୍ୟା
ଭିତରେ ଵି!
ମା ମନରେ ପବିତ୍ରତା ଆଣିଦିଏ
ତା ସ୍ନେହଭରା ଡାକରେ
କୋଳେଇନେଇ ଆର୍ଶୀବାଦ ଦିଏ ଜୀବନ ଜନ୍ମଦାତ୍ରୀ ମା ଆମର
ଵିପଦେ ଆପଦେ ହୁଏ ସାହା।
ଧରିତ୍ରୀ ସ୍ବଂଵସହା ମାଆ
ନିଜକୁ ପାଷାଣ ସଜାଇ
ସନ୍ତାନକୁ ମଣିଷ ପରି ମଣିଷ
କରେ
ତା'ର ଆସନ ବୈକୁଣ୍ଠ ସମାନ
ତା ଵିନା ସଂସାର ଲାଗେ ରଙ୍ଗ
ହୀନ
ମା ହି ଵୁଝିପାରେ ସନ୍ତାନର ମନ
ମଧୁର ହସରେ ମନ ଜିଣିନିଏ
ସନ୍ତାନ ଓଠରେ ହସ ଭରିଦିଏ।
ଗୀତ ଗପ କହି
ମନକୁ ଭୁଲାଇ ଦିଏ
ସନ୍ତାନ ଯେଵେ ବାହାରିଯାଏ
ପରଵାସେ
ଆଖିରେ ଅଶ୍ରୁ ଭରିଦିଏ
ସ୍ନେହମୟି ମମତାମୟୀ
ଚିର ଅମୃତ ଧାରା
ସାତ ଜନମ ଯାଏ ବି
ଶୁଝି ହେବନି ମା'ର ଋଣ ପରା!!
ମା'ର କଥା ଲେଖିବା ପାଇଁ କି
ଶବ୍ଦ ଵି ନିଅଣ୍ଟ ପଡେ
ମିଛ ଦୁନିଆରେ
ମା ହିଁ ଏକା ସତ
ମା ଥିଲେ ପାଶେ ଆମର
ଉଦାସ ଜୀବନଟା
ଆନନ୍ଦ ପରିତୃପ୍ତିରେ
ଭରିଯାଏ ସାରା ସଂସାର।
ତେଜସ୍ଵିନୀ ସାମଲ
ରାଜକନିକା, କେନ୍ଦ୍ରାପଡ଼ା ଅଧ୍ୟାପିକା
ତୁଳସୀ ମହିଳା ମହାବିଦ୍ୟାଳୟ
No comments:
Post a Comment