ମୋ "ବଉ"
ବଉ ତୋ ଦରଦୀ ମୁହଁ......
ଜହ୍ନଠୁ ଶୀତଳ
ଫୁଲଠୁ କୋମଳ
ମମତା ସାଗର
ସ୍ନେହର ନିର୍ଝର
ଓଢଣା ତଳେ ତୋ ଲୁହ
ବଉ ତୋ ଦରଦୀ ମୁହଁ।।
ବଉ ତୋ ପଣତ କାନି....
ବରଷା ଶୀତରେ
ବୈଶାଖ ତାତିରେ
ବାପାଙ୍କ ମାଡରେ
ଦାଦାଙ୍କ ଗାଳିରେ
ତିବ୍ବତ ତୁ ମାଳଭୂମି
ବଉ ତୋ ପଣତ କାନି।।
ବଉ ତୋ ସ୍ନେହ ମମତା.....
କେବେତୁ ଦେବକୀ
କେବେତୁ ଯଶୋଦା
କେବେତୁହି ଗପ
କେବେତୁ କବିତା
କେବେ ବାଇବଲ ଗୀତା
ବଉ ତୋ ସ୍ନେହ ମମତା।।
ବଉ ତୋ ହାତର ରନ୍ଧା.....
କେବେ ବିରି ଡାଲି
କେବେତ ଚକୁଳି
ବାଡ଼ି ଆମ୍ବ ଖଟା
କଖାରୁ ରାଇତା
ବାସନା ରଜନୀଗନ୍ଧା
ସାରା କୁଟୁମ୍ବଟା ବନ୍ଧା
ବଉ ତୋ ହାତର ରନ୍ଧା।।
ବଉ ତୋ ହାତର ମାଡ଼......
କେବେ ଦେଉ ଗାଳି
କେବେ କାନ ମୋଡି
କେବେ ଧୂଳି ଝାଡ଼ି
କେବେ କୋଳେ ଭିଡି
ବୁଝାଇ କହୁ ତୁ "ପଢ଼"
ତେବେ ତୁ ଜିତିବୁ ଗଡ଼
ବଉ ତୋ ହାତର ମାଡ଼ ।।
ପ୍ରଶାନ୍ତ କୁମାର ସେଠୀ
ପିରିପୁର, ଭଦ୍ରକ-୭୫୬୧୧୨
ଦୁରଭାଷା: ୯୯୨୧୭୧୫୧୭୯
No comments:
Post a Comment