ମାତୃଶକ୍ତି
*******
ହେ, ମା,
ତୁ ଦେବୀ,
ତୁ ତ୍ରୀଗୁଣ ସମାହାରୀ,
ଜନନୀ,
ଜୟା,
ଭଗିନୀ।
ଦୁଷ୍ଟାତ୍ମା,
ସଂହାରକର୍ତ୍ତୀ।
ସନ୍ଥ ପାଇଁ ଅଭୟଦାର୍ତ୍ତୀ ।
କୃଷ୍ଣ ପାଇଁ ଦେବକୀ,
କଳାମାଣିକ ର ଯଶୋଦା।
କେତେବେଳେ,
କୈକେୟୀ ର କପଟଫାଶ ର, ନାୟିକା
ପୁଣି,
ଗାନ୍ଧିରୀ ରୂପେ ଆଶୀର୍ବାଦ ଦାତ୍ରୀ।
ଅକ୍ଷୟ ହେଉ ପୂଣ୍ୟ ଜଗତେ,
ପାପର ହେଉ କ୍ଷୟ।
ସାବିତ୍ରୀ ରୂପେ,
ସ୍ବାମୀ ର ଜୀବନ ଭିକ୍ଷାର୍ଥୀ,
ସୀତା ରୂପେ ,
ସ୍ବାମୀ ସହଚରୀ ।
ତୁ ଜଗତର ଶୈଳପୁତ୍ରୀ,ବ୍ରହ୍ମଚାରିଣୀ,ଚନ୍ଦ୍ରଘଣ୍ଟା,
କୁଷ୍ମାଣ୍ଡା,ସ୍କନ୍ଧମାତା ,କାତ୍ୟାୟନୀ ଦୁର୍ଗତୀନାଶିନୀ,ମହାଗୌରୀ,
ସିନ୍ଧିଦାତ୍ରୀ ।
ହେ ମା ,
ଶେଷରେ,
ତୁ ମୋ ବୋଉ ।
ବାତ୍ସଲ୍ଯ ମମତାର ଗନ୍ତାଘର ତୁ ।
ପ୍ରେମ ମନ୍ଦିର ର ଦେବୀ ମା ତୁ ।
ରୋଗ, ଶୋକ, ଦୁଃଖ ର ରକ୍ଷା କବଚ ତୁ।
ତୋ ଡାକରେ ଅଛି ଅମୃତ ଧାରା,
ତୋ ସ୍ବର ରେ ଭାସେ ସ୍ରୋତସ୍ବନୀ ସୁଧା।
ତୁ ପାଖରେ ଥିଲେ,
ନା ଭୂତ,
ନା ପ୍ରେତ,
ନା ଭୂତାଣୁ କୁ ଭୟ ଥାଏ ।
ସୁଖ ସମୃଦ୍ଧି ର ବରଦାୟିନୀ ମା ।
ତୁ ମୋ ପାଇଁ,
ସୁଖ ,ଶାନ୍ତି ,ଶକ୍ତି ପ୍ରଦାୟିନୀ,
ପାପ ବିନାଶିନୀ,
ଦୁର୍ଗତିନାଶିନୀ,
ସଂକଟତାରେଣୀ,
ଆଶିଷ ଦାୟିନୀ ,
ତୋ ଶକ୍ତିରେ,
ମୁଁ
ବଳବାନ,
ଆୟୁଷ୍ମାନ।
ସାରଦା ପ୍ରସାଦ ଆଚାର୍ଯ୍ୟ
ଯୋଡା -କେନ୍ଦୁଝର
ଭୁବନେଶ୍ବର -ଖୋର୍ଦ୍ଧା
ଦୂରଭାଷା-୯୪୩୭୬୧୧୮୯୧
No comments:
Post a Comment