-- ରାକ୍ଷୀ -
ରାକ୍ଷୀ କେବଳ ଡୋର
ନୁହେଁ
ସ୍ନେହ ,ଶ୍ରଦ୍ଧା ର ଅତୁଟ
ବନ୍ଦନ ଟିଏ …।
ଓଡ଼ିଆ ପରମ୍ପରା ର
ଗୋଟିଏ ପ୍ରମୁଖ ଅଂଶ
ବଳଭଦ୍ରଙ୍କ ଜନ୍ମଦିନ
ପଡେ ଏଇ ରାକ୍ଷୀ ବା ଗ୍ରହ୍ମl ପୁନେଇଁ
ଭାଇ ତୁମ ହାତରେ ରାକ୍ଷୀ
ବାନ୍ଦିଦେଲି .....।
ତୁମେ ଦୁନିଆ ର ସବୁ ବିପଦରୁ
ମତେ ରକ୍ଷା କରିବ
ଏମିତି କଥା ଅଛି
ହେଲେ ମୁଁ କିନ୍ତୁ ଚାହେଁ
ଜଗତର ନାଥ ଜଗନ୍ନାଥ
ଘଣ୍ଟ ଘୋଡ଼lଇ ରଖନ୍ତୁ
ମୋ ଦୁଇଭାଇଙ୍କୁ
ସବୁ ବିପଦରୁ
ଆମ ଭାଇ -ଭଉଣୀଙ୍କ ଭିତରେ
ଥିବା ସମ୍ପର୍କ ର ଟାଣପଣ
ଏମିତି ଏମିତି ବଢି ବଢି ଚାଲୁ
ରାକ୍ଷୀ ସବୁବେଳେ
ସ୍ନେହ ମମତା ର ଅମୁଲ୍ୟ ବନ୍ଧନ
ସେଇ ଡୋର କିଛି କମ
ଶକ୍ତି ନାହିଁ।
କେବେ ପାଞ୍ଚlଳି ଙ୍କ ରାକ୍ଷୀ ର
ପ୍ରତିଦାନ ଦେବାକୁ ଯାଇ
ସ୍ଵୟଂ ନାରାୟଣ କୁରୁସଭା ତଳେ
କୋଟି ଵସ୍ତ୍ର ଦେଇ
ତାଙ୍କ ଲଜ୍ୟା କରିଛନ୍ତି ନିବାରଣ
ଜଗନ୍ନାଥ ଓ ବଳଭଦ୍ର ପରି
ଦୁଇ ଭାଇ ମୋର
ମୁଁ ମଝିରେ ସୁଭଦ୍ରା ଭଉଣୀ
ବଡ଼ ଭାଇ ସlଜନ୍ତି
ସାନ ଭାଇ ସବୁବେଳେ ଦିଏ ପ୍ରେରଣା
ଏ ସମ୍ପର୍କରେ ନାହିଁ କିଛି ଛଳନା
ତୁମ ଦୁହିଁଙ୍କ ହାତରେ ରାକ୍ଷୀ
ଏମିତି ଶୋଭାପାଉ
ସବୁ ରାକ୍ଷୀ ପୂର୍ଣ୍ଣିମା ରେ।
ଯୁଗେ ଯୁଗେ ମୋର ଭାଇ
ହେଇ ରହିଥାଅ.....।
ଏତିକି ଅଳୀ ବିଭୁଙ୍କ ଚରଣାବିନ୍ଦରେ।
ରୀତା ଅପରlଜିତା ମହାନ୍ତି
--- ପ୍ଲଟ ନ -୮୩(ସି)ଆମ୍ରପଲ୍ଲୀ ଭୁବନେଶ୍ୱର -୨୧
No comments:
Post a Comment