🙏 ଦେଶପ୍ରେମ🙏
-----
କିଛି ମାଟି,କିଛି ଆକାଶ,
କିଛି ସମୁଦ୍ର ଘେରା
ଆମର ଏଇ ଭାରତ ଦେଶ
ଯାହାର ଖାଦ୍ୟ ପେୟ ସ୍ବତନ୍ତ୍ର
ଯାହାର ଚାଲି ଚଳନ ସ୍ବତନ୍ତ୍ର
ଆଉ.......
ସ୍ବତନ୍ତ୍ର ଯାହାର ଚିର ପ୍ରକୃତି
ଏବଂ ସ୍ବତନ୍ତ୍ରବି ଏ ଦେଶର ମନୁଷ୍ୟ
ସଭିଏଁ କୁହନ୍ତି ଭାରତ ମହାନ
ମୁଁ ବି କହେ ଭାରତ ମହାନ
ହେଲେ କେହି କଣ ବୁଝନ୍ତି
ସେହି ମହାନ ଶବ୍ଦର ଅର୍ଥକୁ
ବୀର ଯବାନ ମାନେ ଦେଇଥିବା
ତାଙ୍କ ରକ୍ତର ମୂଲ୍ୟକୁ
ଯଦି କେହି ବୁଝିଥାନ୍ତେ ତାହାଲେ
ଭାରତର ଅଧିକାଂଶ ଲୋକେ କଣ
ଭୋକ ଉପାସରେ ମୃତ୍ୟୁ ବରଣ କରିଥାନ୍ତେ।
ନିଜେ ଭଲରେ ଖାଇ,ପିନ୍ଧି ଜିଇଁବା
କ'ଣ ମହତ୍ବ ର ଲକ୍ଷଣ ?
ଦେଶ ପାଇଁ କଣ ଏହା କର୍ତ୍ତବ୍ୟ ?
କେତେ ଜଣ କୁହନ୍ତି
ଭାରତୀୟ ସଂଗୀତ ବୋଲିଲେ
ଦେଶ ପ୍ରେମ ଜାଗୃତ ହୁଏ
ହେଲେ...
ବନ୍ଦେ ମାତରମ୍ ବୋଲି ଦେଲେ
କେହି ଦେଶ ପ୍ରେମୀ ହୋଇଯାଏକି
ହଁ କେତେ ଜଣ ଏହାକୁ
ସମ୍ମତି ପ୍ରଦାନ କରିଥାନ୍ତି।
ହେଲେ ଏ ଏକପାକ୍ଷୀଆ
ପ୍ରେମ କେତେ ଦିନ ରହିବ
ଯେଇଉଁଥିରେ ପରସ୍ପର ସହମତି ନଥିବ।
ପ୍ରକୃତ ପ୍ରେମ ଅନ୍ୟ ଦୁଃଖେ ଦୁଃଖି ଓ
ଅନ୍ୟ ପ୍ରତି ସହାନୁଭୂତି ଦେଖାଇଲେ
ହୁଏତ ଏ ପ୍ରେମ ତିଷ୍ଠି ରହିବ।
ଏବଂ ଏ ଦେଶ ନିଶ୍ଚିତ
ଅନ୍ୟ ଦେଶ ପାଖେ
ଉଦାହରଣ ପାଲଟିବ।
ନାମ- ଲକ୍ଷ୍ମୀପ୍ରିୟା ସ୍ବାଇଁ
ଠିକଣା- ନିଶ୍ଚିନ୍ତକୋଇଲି,କଟକ
No comments:
Post a Comment