ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

ନାରୀ ସଶକ୍ତିକରଣ - ସୁଶାନ୍ତ ରଣା , କଳାହାଣ୍ଡି

ନାରୀ ସଶକ୍ତିକରଣ

ସ୍ନେହ ମମତାର ଅତୁଟ ସମ୍ପର୍କ
ଅଛି ନାରୀ ପାଖେ ଶକ୍ତି
ନାରୀଙ୍କୁ ସମ୍ମାନ ମାତାଙ୍କୁ ସମ୍ମାନ
କରୁଥିବା ସଦା ଭକ୍ତି ll

କେବେ ମା' ରୂପେ ପଣନ୍ତ କାନିସେ
କେବେ ଭାଇ ହାତ ରାକ୍ଷୀ
କେବେ ସୁଖ ଦୁଃଖ ଜୀବନ ଡ଼ଙ୍ଗାର
ସେ ଅଟେ ଜୀବନ ସାଥି ll

ଅବଳା ଦୁର୍ବଳା  ନୁହେଁ ନାରୀଟିଏ
ଲୋଡ଼େ ସଶକ୍ତିକରଣ
ତେବେ ଯାଇଁ ଆମେ ଶିଖରେ ଉଠିବା
ଲକ୍ଷ୍ୟ ଛୁଇଁବ ଚରଣ ll

ନାରୀ ଶକତିରେ ଦେଶର ପ୍ରଗତି
ହେୟ ନ ମଣିବା ତାର
ନାରୀଙ୍କୁ ସମ୍ମାନ ଦେଶର ସମ୍ମାନ
ଦେଖିବ ଦୁନିଆ ମୋର ll

🖋️-ସୁଶାନ୍ତ ରଣା
ତେରେସିଂହା, ଜି. କଳାହାଣ୍ଡି
ମୋ. 7894658274.

No comments: