-ଦେଶ ପ୍ରେମୀ-
ମାତୃଭୁମି ମାଟି କୋଳରେ ଜନମ
ନେଇ ମୁଁ ଗର୍ବିତ ସତେ
ଦେହ ମନ ପ୍ରାଣ ଅଜାଡି ଦେବା ଟି
ଉଠହେ ଶୋଇଛ ଯେତେ ।।
ନିର୍ବଳ ଶରୀର ନକର ହେ ବୀର
ମନ କୁ କରହେ ସ୍ଥିର
ଧର୍ମର ଜୟ ପାପର କ୍ଷୟ
ଲେଖା ଟି ନିଶ୍ଚୟ ସାର ।।
ଭାରତ ମାତାର ସୁଯୋଗ୍ୟ ସନ୍ତାନ
ତୁମେ ହେ ବୀର ଶହୀଦ
ରଖିଗଲ ମାନ ଆମ ସନମାନ
ମା' କୋଳେ ଗଲ ନିଦ ।।
ସୀମାରେଖା ଠାରେ ରହିଛ ସଜାଗ
ତୁମେ ବିର ପୁତ୍ର ମା' ର
ଭାରତ ମା କୁ ଅକ୍ଷୁର୍ଣ୍ଣ ରଖିଛ
ରକ୍ଷା କବଚ ତୁମେ ଦେଶର ।।
ପ୍ରଦିପ କୁମାର ସାହୁ
ଚାନ୍ଦ ପୁର
ନୟାଗଡ଼
No comments:
Post a Comment