ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

କାର୍ଗିଲ୍ ବିଜୟ ଦିବସ - ଶୈଳବାଳା ଷଡଙ୍ଗୀ , କେନ୍ଦ୍ରାପଡ଼ା


       :: କାର୍ଗିଲ ବିଜୟ ଦିବସ ::

ଜହ୍ନ ମାମୁଁ ତୁମେ ସରଗ ଶଶୀ,
ମୋ ଧନ ହାତରେ ପଡରେ ଖସି।।
ନିତି ଦେଖେ ଧନ ସୁନା ସପନ,
ସପନ ଦେଖିକି ଖୁସି ହୁଏ ତା' ମନ।।
ବଡ଼ କାମ କରିବାର ତା'ର କେତେ ଯେ ଇଚ୍ଛା,
ମନରେ ବନ୍ଧିଛି ତହିଁ କେବେଠୁ ଆଶା।।
ଦେଶ ପାଇଁ ବଡ଼ କାମ କରିବ,
ଉନ୍ନତି ପଥରେ ଆଗେଇ ଯିବ।।
ବୀର ପରି ଲଢିବ ସେ ଦେଶ ପାଇଁ,
ଗୌରବ ଆଣିବ ସେ ସଭିଙ୍କୁ ହସାଇ।।
ଦୁଃଖିର ଲୁହ ପୋଛି ସୁଖ ସେ ଦେବ,
ହାତ ଧରି ସଭିଙ୍କର  ସାଥୀ ହୋଇବ।।
ଅନ୍ୟାୟ ଆଗରେ କେବେ  ନୁଆଇଁବନି ମୁଣ୍ଡ,
ଅହଁକାରକୁ ସେ କରିଦେବ ଖଣ୍ଡ ବିଖଣ୍ଡ।।
ଶାନ୍ତି ବାରତା ଆଣିବ ବୀର ରୂପରେ,
ନୂଆ ଇତିହାସ ଲେଖା ହେବ ନୂଆ ପୃଷ୍ଠାରେ।।
ଘୃଣା ପ୍ରଶ୍ନର ଉତ୍ତର ସେ ଦେବ ପ୍ରେମରେ,
ସଭିଙ୍କୁ ବାନ୍ଧି  ରଖିବ ସେ ସ୍ନେହ ବନ୍ଧନରେ।।
                        
କବୟିତ୍ରୀ ଶୈଳବାଳା ଷଡଙ୍ଗୀ
ଶ୍ରୀରାମପୁର,କେନ୍ଦ୍ରାପଡ଼ା
୯୦୪୦୧୧୮୫୫୨

No comments: