ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

ରାକ୍ଷୀ - ଅଧ୍ୟାପକ ସୁବାସ ଚନ୍ଦ୍ର ସାହୁ , ରାୟଗଡ଼ା

              "ରାକ୍ଷୀ"*
******************************
            

ବାର ମାସେ ତେର      ପରବ ଆମର
           ଓଡ଼ିଆ ସଂସ୍କୃତି ପରା
ଶ୍ରାବଣ ମାସର       ପୂର୍ଣ୍ଣିମା ତିଥିରେ
         ରାକ୍ଷୀ କରେ ଆତ୍ମହରା ।

ବରଷ କୁ ଥରେ    ଏ ତିଥି ପଡଇ
       ଭଉଣୀ ପୁଜେ ଭାଇକୁ
ଶୁଭ ମନାସିଣ   ଦୀର୍ଘାୟୁ କାମନା
      କରି, ଡାକେ ଠାକୁର ଙ୍କୁ ।

ଚନ୍ଦନ,ସିନ୍ଦୁର,    ଫୁଲ,ଅରୁଆ ରେ
         ଅର୍ଘ୍ୟଥାଳି ଟିଏ ଧରି
ବାନ୍ଧି ଦିଏ ରାକ୍ଷୀ  ଭାଇ'ର ହାତରେ
         ଆଶା ଓ ବିଶ୍ୱାସ କରି  ।

ରାକ୍ଷୀ ବାନ୍ଧି ଦେଲି  ରଖିବ ମୋ ମାନ
           ସ୍ନେହ ଶ୍ରଦ୍ଧା ରଖିଥିବ
ଆପଦେ ବିପଦେ    ସାହା ହେଉଥିବ
       ମୋ ପାଖରେ ଠିଆ ହେବ ।

ଗୋଟେ ମାଆ ଗର୍ଭୁ  ଜନମ ଆମର
     ଆମେ'ତ ଭଉଣୀ ଭାଇ
ଯିଏ ଯେତେଦୁରେ ଥିଲେ ବି ଆମେ'ତ
       ବଞ୍ଚିଥିବା ସ୍ନେହ ପାଇଁ  ।

ପ୍ରାର୍ଥନା କରୁଛି       ତୁମ ମୁଁହ ଦେଖି
       ଠାକୁର ଙ୍କ ନାମ ଡାକି
ଭାଇ ଙ୍କୁ ତ ମୋର  ଦୀର୍ଘାୟୁ କର'ହେ
         ଦିନ କଟୁ ହସି ହସି  ।

ରାକ୍ଷୀ ପୂର୍ଣ୍ଣିମା'ର   ହସ ଖୁସି ଏବେ
      ଏବର୍ଷ ଆଉ'ତ ନାହିଁ
କୋରନା ଭୟରେ  ପଡି ଅଛି ଫିକା
     ରାକ୍ଷୀ'ର ତ ଦେଖା ନାହିଁ ।

ସହଜେ ଭାଇ ମୋ  ସୁରାଟ ଯାଇଣ
         ଦାଦନ ଖଟୁଛି ଏବେ
ଲକଡାଉନ ରେ   ଟ୍ରେନ,ବସ ସବୁ
       ବାତିଲ ହୋଇଛି ଯେବେ ।

ଡାକ'ରେ ଦେଲେ ବି  ମିଳିବନି ରାକ୍ଷୀ
        ଡ଼ାକ ରେ ଯାଉନି କିଛି
ଡାକ ବାଲା ସେତ  କୋରନା ଭୟରେ
       କାଟି ତ ଦେଇଛି ଛୁଟି  ।

ନ'ହେଲା ନାହିଁ ତ  ରାକ୍ଷୀ ବନ୍ଧା ଯେବେ
      ମନ ରେ ମୋ ଦୁଃଖ ଥାଉ
ମୋ ଭାଇ ଙ୍କୁ ପ୍ରଭୁ  ଘଣ୍ଟ ଘୋଡାଇଣ
         ରଖ ଆହେ ମହାବାହୁ  ।

******************************

ଅଧ୍ୟାପକ ସୁବାସ ଚନ୍ଦ୍ର ସାହୁ
ଗ୍ରା/ପୋ-ପଦ୍ମପୁର,ଜିଲ୍ଲା-ରାୟଗଡା
ମୋବାଇଲ-9437771099

******************************

No comments: