କୃଷକ
==========
ଯାନ୍ତ୍ରିକ ଯୁଗରେ କୃଷି ବିମୁଖତା
ଛାଡୁନାହିଁ ଆମ ପିଛା
ସେଥିପାଇଁ ଆଜି କୃଷକ ହେବାକୁ
କରନ୍ତିନି କେହି ଇଚ୍ଛା...
ତଥାପି ମୋ ମନେ ଏ ହୀନ ମନ୍ୟତା
ଆଜି ଯାଏଁ ଆସି ନାଇଁ
ସେଥିପାଇଁ ମୁହିଁ ପଣ କରିଅଛି
କୃଷକଟେ ହେବା ପାଇଁ...
କୃଷକଟେ ହୋଇ ଉତ୍ସର୍ଗୀ ମନରେ
କରିବି ମୁଁ ଅନ୍ନଦାନ
ନ ମିଳୁ ପଛକେ ପ୍ରୋତ୍ସାହନ ରାଶି
ଅବା କିଛି ଅନୁଦାନ...
ନୁଖୁରା ମାଟିରେ ପଳାଇବି ସୁନା
ମୁଣ୍ଡ ଝାଳ ତୁଣ୍ଡେ ମାରି
ଖରା ବରଷାକୁ ଖାତିରି ନ କରି
ବିଲେ ଯିବି ହଳ ଧରି...
ସଂସାର ଭୋକକୁ ମେଣ୍ଟାଇବା ପାଇଁ
ଖଟିବି ମୁଁ ପଶୁତୁଲ୍ୟ
ବୁଝୁ କି' ନ ବୁଝୁ ଏ ସଭ୍ୟ ସମାଜ
ମୋ ଶ୍ରମର ମହାମୂଲ୍ୟ...
ରାମ ଚନ୍ଦ୍ର ପ୍ରଧାନ, ଶିକ୍ଷକ
ସାନ୍ତରାପଲ୍ଲୀ, ଗଞ୍ଜାମ
ମୋ :9861638736
No comments:
Post a Comment