କୃଷକ
-- --------=
କୃଷକ ଭାଇ ରେ କୃଷକ ଭାଇ
ତୋ ସମ କିଏ ଜଗତେ କାହିଁ
ଖରା ବରଷାକୁ ନାହିଁ ତୋ ଡର
ଯୋଗାଉଛୁ ତୁହି ବିଶ୍ୱେ ଆହାର l
ବଡି ଭୋରରୁ ଉଠି ସଅଳ
କ୍ଷେତେ ଧରି ଯାଉ ହଳ ଲଙ୍ଗଳ
ବୈଶାଖ ଖରାରେ ବୁଲାଇ ହଳ
ଫଳାଉ କ୍ଷେତରେ ସୁନା ଫସଲ l
ବୈଶାଖ ମାସର ଧୁ -ଧୁ ଖରା
ଆଷାଢ଼ ମାସର ବରଷାଧାରା
ମାଘ ମାସର ବାଘୁଆ ଶୀତ
ହସୁ ଥାଏ ତୋର ସୁନାର କ୍ଷେତ l
ତୁହି ଅନ୍ନଦାତା ଜଗତ ଜାଣେ
ସବୁଜ କ୍ଷେତ ତୋ ପ୍ରଗତି ଆଣେ
ରାଷ୍ଟ୍ରର ସମୃଦ୍ଧି ତୋରି ପାଇଁ
ଦୁଃଖ କଷ୍ଟ ତୋର ତୁଳନା ନାହିଁ l
ହାଡ଼ ଭଙ୍ଗା ଶ୍ରମ କରି କ୍ଷେତରେ
ଜୀବନଟା ତୋର ମିଶେ ମାଟିରେ
ପଖାଳ କଂସା ତୋ ଜୀବନ ସାଥୀ
କାହିଁକି ଆଜି ତୁ ସଂସାରେ ଦୁଃଖୀ ?
ଭୋକ ଉପାସରେ କଟୁଛି ଦିନ
ଇନ୍ଦିରା ଆବାସ ସାତ ସପନ
ମିଳୁ ନାହିଁ ଆଜି ଫସଲ ମୁଲ
କିଏ ହେବ ତୋର ସଙ୍ଗରେ ତୁଲ ?
ପ୍ରତି ବର୍ଷ ଆସେ ମରୁଡି ବଢ଼ି
କୃଷି କ୍ଷେତ ତୋର ଯାଏ ଉଜୁଡି
ଆଖିରୁ ତୋର ଝରଇ ଲୁହ
ପଚାରୁଛି ବାରେ ଜବାବ ଦିଅ !
କୃଷକ ଭାଇରେ କୃଷକ ଭାଇ
ସକଳ ଠୁଁ ସଞ୍ଜ କ୍ଷେତକୁ ଧାଇଁ
କିଂପାଇଁ ତୋର ଘୁଁଞ୍ଚିନି ଦୁଃଖ
ଚାଷ କାମେ ଅଛି ଅପାର ଦୁଃଖ ?
++
ଡଃ ପଦ୍ମଲୋଚନ ରାଉତ
କାଲିମେଳା, ମାଲକାନଗିରି l
No comments:
Post a Comment