ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

ରାକ୍ଷୀ - ବିଜୟ କୁମାର ସ୍ବାଇଁ , କଟକ

     -----  ରାକ୍ଷୀ ----
****************
ସୂତା ଖଣ୍ଡେ କେବେ
ଭାବନି ଏହାକୁ
   ଏ ଯେ ପବିତ୍ର ବନ୍ଧନ
ହାତେ ବନ୍ଧା ଥିଲେ
ଏ ପବିତ୍ର ଡୋରି
  ସମ୍ପର୍କ ହୁଏ ନି ଛିନ୍ନ।
ଏଇ ଯେ ପବିତ୍ର ବନ୍ଧନ।
କେଡେ ସରାଗେ ଭଉଣୀ ବାନ୍ଧେ
   ଭାଇର ହାତେ ରାକ୍ଷୀ
ରଖିବୁ ମନ ଦେବି ସମ୍ମାନ
  ଜଗାବଳିଆ ସାକ୍ଷୀ
ଭଉଣୀ ପାଇଁ ଭାଇ ଟି ତାର
ଦେଇ ଯେ ପାରେ ପ୍ରାଣ।
    ଏଇନେ ପବିତ୍ର ବନ୍ଧନ।
ଜଗାବଳିଆ
ଭଉଣୀ ଭଦ୍ରା
  ବେନି ଭାଇଙ୍କ ହାତେ
ବାନ୍ଧି ଲା ରାକ୍ଷୀ
ସେ ଇଥି ପାଇଁ
ସବୁ ପର ବେ ଶା ଥେ
ଏମିତି ଭାଇ ଜଗତେ ନାହିଁ
   ଭଉଣୀ ତାଙ୍କ ପ୍ରାଣ।
ଏଇ ଯେ ପବିତ୍ର ବନ୍ଧନ।
ଦ୍ରୌପଦୀ ରାଣୀ
କୃଷ୍ଣ ଙ୍କ ହାତେ
ବାନ୍ଧିଲେ ଯେଉଁ ଡୋର
କୁରୁ ସଭାରେ
ଶୁଣିଲେ ଡାକ
ଶୁଝିଲେ ଉପକାର
କୋଟିଏ ବସ୍ତ୍ର ଦେଇ କୃଷ୍ଣା ଙ୍କ
ରଖିଲେ ସନମାନ୍।
    ଏଇ ଯେ ପବିତ୍ର ବନ୍ଧନ।
ଆସ ରେ ଆସ
ବାନ୍ଧିବା ରାକ୍ଷୀ
ଦୂରେଇ ଭେଦ ଭାବ
ସ୍ନେହ ପ୍ରେମ ର
ରଜ୍ଜୁ ରେ ବାନ୍ଧି
  ହୋଇବା ଆମେ ସାଙ୍ଗ
ରକ୍ଷା ବନ୍ଧନ
ଉତ୍ସ୍ନ୍ ବେ ଆଜି
   ହୋଇବା ଏକ ମନ।
ଏଇ ଯେ ପବିତ୍ର ବନ୍ଧନ।
ଅନେକ ରେ ଯେ
ହୋଇବା ଏକ
ଭୁଲିବା ରାଗ ହିଂସା
ସେନେହ ଡୋ ରେ
ବାନ୍ଧି ସଭିଙ୍କୁ
   ଭୁଲିବା ପ୍ରତିହିଂସା
ଏଇ ବନ୍ଧନ ତୁ ଟାଇ ଦିଏ
     ସବୁ ରାଗ ଅଭିମାନ।
    ଏଇ ଯେ ପବିତ୍ର ବନ୍ଧନ।
ରାକ୍ଷୀ ନୁହେଁ ଏ
ଏକତା ରଜ୍ଜୁ
ଆସ ମୋ ଦେଶବାସୀ
ପରସ୍ପର ରେ
ବାନ୍ଧି ଏ ଡୋର
ହୋଇବା ଆମେ ଖୁସି
ବଇରୀ ଦେଖି
ଡରି ବ ପରା
   ଆମର ଏଇ ପଣ।
ଏଇ ଯେ ପବିତ୍ର ବନ୍ଧନ।


ବିଜୟ କୁମାର ସ୍ବାଇଁ 

କଟକ
୯୧୭୮୮୭୧୨୩୮

No comments: