ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

ରାକ୍ଷୀ - କ୍ଷୀରେଶ୍ୱରୀ କିଷାନ , ସୁନ୍ଦରଗଡ଼

        ----- ରାକ୍ଷୀ ------
ବାରମାସେ ତେର ପର୍ବ ମଧ୍ୟେ
              ରାକ୍ଷୀ ପରବଟି ସାର,
ଭାଇ ଭଉଣୀର ପବିତ୍ର ବନ୍ଧନ
                ଜଗତରେ ସାର  ।
ଭାରତବର୍ଷେ ପୁରାଣ କାଳୁ
            ଚଳି ଆସୁଅଛି ଏହି,
ଭାଇ ହାତେ ନିଜ ରକ୍ଷାକବଚ
              ବାନ୍ଧୁଅଛି ଭଗିନୀ ।

ପୁରାଣରେ ବର୍ଣ୍ଣିତ ବଳଦେବ
             ଜନ୍ମ ଦିନ ଏ ଅଟେ,
ଶ୍ରାବଣ ପୂର୍ଣ୍ଣମୀ ତିଥି ଏ ପୁଣି
             ଝୁଲଣ ଯାତ ଘଟେ ।
ପୁରାଣେ ବର୍ଣ୍ଣିତ କୃଷ୍ଣା କୃଷ୍ଣଙ୍କୁ
            ବାନ୍ଧିଲେ ଚିରି ପାଟ,
ପ୍ରତିଦାନରେ କୁରୁସଭାରେ ଲଜ୍ଜା
               ନିବାରିଲେ କୃଷ୍ଣ   ।

ରାଣୀ କର୍ମାବତୀ ପଠାଇଲେ ରାକ୍ଷୀ
                    ହୁମାୟୁନ ପାଶେ ,
କଥା ସେ ଦେଲେ ଭଗ୍ନୀ ରାଜ୍ୟରକ୍ଷା
                  ପାଇଁ ଅକୁଣ୍ଠ ଚିତ୍ତେ  ।
ପୁରାଣ ବର୍ଣ୍ଣିତ-ମହତ ଏବେ
                ହେଲାଣି ଆଖି ଠାର,
ଲୋକ ଦେଖାଣିଆ ରକ୍ଷା-ବନ୍ଧନ
                ଲୋଭ,ମୋହ ଆସର ।

ଧର୍ମ ଭାଇ ବଢି ବଢି ଯା'ନ୍ତି
             ନାମକୁ ମାତ୍ର ସମ୍ପର୍କ,
ଉପହାର ଆଶେ ରାକ୍ଷୀ ବନ୍ଧା
            ନୁହେଁ ପବିତ୍ର ସମ୍ପର୍କ  ।
ପରିବେଶ ପରିବର୍ତ୍ତନରେ ମନେ
             ଶଙ୍କା ଜାତ ହୁଏ,
ଶିକ୍ଷିତ ସମାଜ ହୋଇ ସୁଦ୍ଧା
            ପୁତ୍ର ସନ୍ତାନ ହିଁ ଲୋଡ଼େ  ।

କନ୍ୟା ଭୃଣ ହତ୍ୟାକରି ଜନ-ଭାର୍ଯ୍ୟା,
             ଭଗ୍ନୀ, ମାତା ଖୋଜେ ,
କନ୍ୟା ଲୋଡା ନାହିଁ,ଆସିବ କାହୁଁ
               ଭଗ୍ନୀ-ତାହା ନ ହେଜେ ।
ବେଳା ଆସିବ ନ ଥିବ ଭଗ୍ନୀ ବାନ୍ଧି-
               ବାକୁ ଏ ରକ୍ଷା ଡୋରି,
ବେଳହୁଁ ସାବଧାନେ ସର୍ବେ ହେଜ
              କନ୍ୟା ଲୋଡା ସବୁରି  ।

ଭେଦଭାବ ଭୁଲି,ଏ ଭାଇ -ଭଗ୍ନୀ
               ସମ୍ପର୍କ ପର୍ବ ହେଉ,
ଯୁଗେ ଯୁଗେ ରହିଅଛି ଏହି
            ପର୍ବର ସମ୍ମାନ ରହୁ  ।

କ୍ଷୀରେଶ୍ୱରୀ କିଷାନ
କୁମ୍ଭାର ଡିହି
ବଣେଇ ଗଡ଼
ସୁନ୍ଦରଗଡ଼

No comments: