" ରାକ୍ଷୀ "
ହମ୍ମ
ଆଜି ସବୁ ସୀମାର ଅନ୍ତ,
ଅଵିଵେକୀ, ମାନବ ସମାଜ କିଛି ବୁଝିବା ଆଗରୁ
ଶିକୁଳି ବାନ୍ଧି ଦେଇଥିବା
ଦୁଇଟି ଆତ୍ମାର ନିରୀହ ପଣ
ସାରା ଦୁନିଆକୁ ଦେଖାଇ ଦିଏ
ଯନ୍ତ୍ରଣାର ଶୋଷ ପାଖରେବି
ସଭିଏଁ କିପରି ଥକି ପଡନ୍ତି
ହତାଶ ହୋଇ l
ହମ୍ମ ତାର
ମୂଲ୍ୟ ବେଶୀ ନୁହେଁ,
କି କୋଉ ସୁନା, ହୀରା, ମୋତି କି ମାଣିକର ମୂଲ୍ୟ ସହ ତୁଳନୀୟ ତାହା ବି ନୁହେଁ ,
କିନ୍ତୁ
ଅମୁଲ୍ୟ ଠାରୁବି କୋଉ କମ୍ !
ସବୁ ଆଶଙ୍କାର ଅନ୍ତ ଘଟାଇବା ପାଇଁ
ଯଥେଷ୍ଠ ଶକ୍ତି ତାପାଖରେ !
ମୁହଁରୁ ଵୋଇଯାଉଥିବା ଝାଳ
ଆଉ ଆଖିରୁ ଵୋଇଯାଉଥିବା
ସେଇ ଲୁହକୁ ପୋଛି ଦଉଥିବା
ଚିରା ପଣତ କାନିର ସେଇ ସୁତା ଖଣ୍ଡର
ମୂଲ୍ୟ ଢେର,
ସେତେବେଳ ସିଏ ନୂଆ
ପରିଚୟ ଦେଇ ସବୁ ଦୁଃଖକୁ ଦୁରକରିଦିଏ ଯେତେବେଳେ
ସମ୍ପର୍କ ଡୋରିରେ ବାନ୍ଧି ହୋଇଯାଏ
ରାକ୍ଷୀଟିଏ ହୋଇ
ହଁ ରାକ୍ଷୀଟିଏ ହୋଇ ll
(ସୂର୍ଯ୍ୟକାନ୍ତ ମଲିକ , ଘଣ୍ଟପଦା, କେନ୍ଦ୍ରାପଡ଼ା )
No comments:
Post a Comment