ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

ରାକ୍ଷୀ - ସଞ୍ଜିପ୍ତ ବେହେରା , କଟକ

       ***** ରାକ୍ଷୀ ****

ରାକ୍ଷୀ,
ସେ ତ ସମ୍ପର୍କର କଅଁଳିଆ ମଧୁ ଡୋର ଟିଏ
ଦୁଇଟି ନିରୀହ କୋମଳ ହୃଦୟର ।
ପାପ ପୂଣ୍ୟଠୁ ବହୁ ଉର୍ଦ୍ଧ୍ବରେ
ଛନ୍ଦ କପଟଠୁ ତ କାହିଁ କେତେ ଦୂରେ ଥାଏ ।

ରାକ୍ଷୀ,
ସେ ତ ସମ୍ପର୍କର ଅଛିଣ୍ଡା ଚୋରାବାଲିର ଶେଯ ଟିଏ
ଲମ୍ବିଥାଏ ଆଗକୁ ଆଗକୁ ଆହୁରି ଆଗକୁ
     ଭାବନାର ନଦୀ ଧାରେ ଧାରେ
      ସ୍ଵପ୍ନର କାଉଁରୀ ରାଜ୍ୟରେ ।

ରାକ୍ଷୀ,
ସେତ ମିଠାଳିଆ ମହୁଲ ଫୁଲର ଭରଭର ବାସ୍ନା ସିଏ,
ମଧୁପ ମଧୁଗନ୍ଧା ପଦ୍ମକଳିକାର ରଙ୍ଗୀନ୍ ରୂପରେଖ ଟିଏ ।

ରାକ୍ଷୀ,
ସେତ ସତ-ଅସତ୍ ର ବାଟ କଡେ କଡେ ଧାର ଧାର ଆକାଶିଆ ଗଛପରି ।
ଏକଦମ୍ ମନଲୋଭା ଆଉ ନିଶାଳିଆ ଝୁମିଲା ଝୁମିଲା ଧାଡି।

ରାକ୍ଷୀ,
ସେତ କାଉଁରୀ ରାଇଜର ଯାଦୁକରୀ ସୁନାକାଠୀ ଟିଏ
ବୁଢୀ ଅସୁରୁଣୀ ର ସାତ ସିନ୍ଦୁକର ଜରିପକା ରେଶମୀ ରୁମାଲ ଟିଏ।

ରାକ୍ଷୀ,
ସେ ତ ସେହି ସୁଧ ସୁବର୍ଣ୍ଣ ର ଅଭିନବ ରଙ୍ଗଥାଳି ପରି
ସମ୍ପର୍କର ଲାଲ ଚିକ୍କଣିଆ ରକ୍ତିମ ରଙ୍ଗଭରା ପିଚକାରୀ ।

ରାକ୍ଷୀ,
ସେ ତ କେତେ କେତେ ସ୍ମୃତି ର ଅଙ୍କାବଙ୍କା ଝୋଟି ଚିତା
ପୁଣି କେତେବେଳେ ଧ୍ୱସ୍ତ ବିଧ୍ୱସ୍ତ ଭାବନାର ଟଳମଳ ଆଟିକା । ।

             ସଞ୍ଜିପ୍ତ ବେହେରା
             କଟକ, କଣ୍ଟାପଡ଼ା
             ୯୧୧୩୯୬୬୩୯୪

No comments: