ରାକ୍ଷୀ
******************************
ବାରମାସେ ତେର ପର୍ବପାଳୁ ଆମେ
ଗହ୍ମା ପୂର୍ଣ୍ଣିମା ଆସେ ଶ୍ରାବଣରେ
ଏ ପୁଣ୍ୟ ଦିବସେ ଭଉଣୀ ବାନ୍ଧିଦିଏ
ସ୍ନେହରେ ରାକ୍ଷୀ ଭାଇ ହାତରେ ।
ରାକ୍ଷୀ ନୁହେଁ ସେତ ରକ୍ଷାର ବନ୍ଧନ
ସାରା ଜୀବନ ପାଇଁ
ସୁଖେ,ଦୁଃଖେ,ବିପଦେ,ଆପଦେ
ଭଉଣୀର ସାହ ପାଇଁ।
ଦୀପ,ଚାଉଳ,ସିନ୍ଦୁର ଥାଳିରେ ନିଏ
ଭାଇକୁ ବନ୍ଦାପନା ପାଇଁ
ବଡ ଆନନ୍ଦ ମନେ ଭାଇକୁ ତା'ର
ମିଷ୍ଟାନ୍ନ ଦିଏ ଖୁଆଇ ।
ସିଦ୍ଧ ବଳଦେବଙ୍କ ଜନ୍ମ ଦିବସ
ଅତି ପବିତ୍ର ଦିବସ ଏହି
ଭଉଣୀ ସୁଭଦ୍ରା ରାକ୍ଷୀ ବାନ୍ଧିଥାନ୍ତି
କାଳିଆ ବଳିଆଙ୍କୁ ନେଇ।
ଖଣ୍ଡେ ଡୋରର ବନ୍ଧନ ନୁହେଁ ସେ
ବନ୍ଧନ ସ୍ନେହ ମମତାର
ଜୀବନର ଶେଷ ଯାଏ ମଧୁର ସଂପର୍କ
ଯୋଡିଥାଏ ଭାଇ ଭଉଣୀର।
ବନିତା ସ୍ବାଇଁ
ମାନଧାତା
ହାଇଦ୍ରାବାଦ।
No comments:
Post a Comment