ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

ରାକ୍ଷୀ - ସୁସ୍ମିତା ଦାଶ , ସୁବର୍ଣ୍ଣପୁର


             :: ରାକ୍ଷୀ  ::
ଥାଳି ଟିକୁ ସଜାଡି ରଖିଛି ମୋ ପରା
    ଆଜି ଅଟେ ରାକ୍ଷୀ ପୁନେଇ
ଭାଇ ଟି କୁ ମୋର ରାକ୍ଷୀ ବାନ୍ଦିବା କୁ
    ରହିଛି ମୁଁ ବାଟ ଅନେଇ

ବନ୍ଦାପନା କରି ଭାଇ ର ହାତ ରେ
      ବାନ୍ଧି ଦେବି ମୁଁ ଯେ ରାକ୍ଷୀ
ବିପଦ ଟି ତାର ପାଖ ନ ମାଡୁ
         ମୁଖେ  ରହି ଥାଉ ହସ ଖୁସି

ଡୋରି ଟିଏ ବୋଲି ଭାବିବୁନି ଭାଇ
   ଏତ ପ୍ରେମ ସ୍ନେହ ମିଶା ସୂତା
ତୋ ହୃଦୟୁ କେବେ କରି ବୁନି ଦୂର
      ରାକ୍ଷୀ ରେ ଦେ ତୁ କଥା

କୋଟି କୋଟି ବସ୍ତ୍ର ଲୋଡ଼ା ନାହିଁ ମୋର୍
          ଲୋଡ଼ା ନାହିଁ ହିରା ନିଳା
ପ୍ରେମ ,ଆଦର ,ସ୍ନେହ ଉଣା କରିବୁନି
       ତୋ ଦ୍ବାର ରଖି ଥିବୁ ଖୋଲା

ଭାଇ ଭଉଣୀ କୁ ଗୋଟିଏ ଡେରି ରେ
    ଦେଇ ଥାଏ ବାନ୍ଧି ରାକ୍ଷୀ
ରାକ୍ଷୀ ନୁହେଁ ରେଶମି ସୂତା
    ଏ   ଭାଇ ଭଉଣୀ ଙ୍କ ପ୍ରେମ ସାଖି
   ଏ ଭାଇ ଭଉଣୀ ଙ୍କ ପ୍ରେମ ସାଖି ।


ନାମ-- ସୁସ୍ମିତା ଦାଶ 

ଡୁଙ୍ଗୁରି ପାଲି/ସୁବର୍ଣ୍ଣ ପୁର 
ମୋ-ନଂ-୮୬୫୮୯୧୨୭୦୭

No comments: