----- ରାକ୍ଷୀ ----
ଭାଇ କୁ ପିନ୍ଧାଇ ସ୍ନେହର ରାକ୍ଷୀ ମନ ଟା ଯାଏ ଭରି।
ସୁତା ଖିଅଟି ର ଶକତି କେତେ ବାନ୍ଧିଛି ମମତା ଡୋରି।
ପବିତ୍ର ଏହି ସ୍ନେହର ବନ୍ଧନ ଜଗତେ ଅଟଇ ବିରଳ।
ଯୁଗେ ଯୁଗେ ଭାଇ ଭଉଣୀର ସ୍ନେହ ସୁମଧୁର ଅନାବିଳ।
କଳି ଯୁଗେ ଏବେ ହିଂସା ର ପଥ ବାଛି ଛନ୍ତି କେହି କେହି।
ଦୟା,ଧର୍ମ,ପ୍ରେମ,ସ୍ନେହ ର ଭରସା
ମନରୁ ପାଶୋରି ଦେଇ।
ପାଞ୍ଚ ଟି ଆଙ୍ଗୁଠି ମିଶିଗଲେ ହାତ ମୁଠା ଟି ହୁଏ ଟାଣ।
ସଂସାରୁ ଦୁଃଖ, ଦାରିଦ୍ର୍ୟ ବିନାସିବା ପାଇଁ ଜୀବନେ କରିବା ପଣ।
ଏତିକି କରୁଣା କରହେ ମଣିମା ଗୁହାରୀ ଶୁଣିବା ହେଉ।
ଭାଇ ଭଉଣୀଙ୍କ ପବିତ୍ର ସମ୍ପର୍କ ସର୍ବଦା ଅଟୁଟ ରହୁ।
ଦିପକ କୁମାର ଗୁପ୍ତ , କଟକ
No comments:
Post a Comment