--- ରାକ୍ଷୀ ---
-------------------
ଶ୍ରାବଣ ମାସର ଏ ପବିତ୍ର ଦିନ
ଗମ୍ହା ପୂର୍ଣମୀ ଯାହାର ନାମ
ଓଡ଼ିଆଙ୍କ ପ୍ରାଣ କାଳିଆ ଠାକୁର
ତାଙ୍କ ବଡ଼ ଭାଈଙ୍କର ଏହିଦିନେ ଜନ୍ମ
ବଡ଼ଠାକୁରଙ୍କ ଘରେ ଚାଲେ କେତେକେତେ ନୀତି I
ଭାଈ ଭଉଣୀ ସ୍ନେହ ପ୍ରେମର ଦୁଇ ଆଖି
ଓଡ଼ିଆ ଘରର ପରମ୍ପରା, ବଳଭଦ୍ର ଜନ୍ମ,
ଗୋ-ପୂଜା, ସବୁକୁ ଟକ୍କର ଦିଏ
ଏହି ନାଲି ନେଳି ରଙ୍ଗ ବେରଙ୍ଗର ରାକ୍ଷୀ
ସୁରକ୍ଷାର ପ୍ରତୀକ, ପବିତ୍ରତାର ଇଏ ସାକ୍ଷୀ I
ଆଧୁନିକ ରାକ୍ଷୀ ଏବେ ସୀମିତ ନୁହେଁ
ସ୍ନେହ ପ୍ରେମ, ଆଶିଷର ସ୍ପର୍ଶରେ
ରାକ୍ଷୀ କିଣାହୁଏ ଏଠି ଅଙ୍କକଷା ଦରରେ
ଯେତିକି ମାଲ ମିଳିବ, ସେତିକିରୁ ଅଧାରେ
ମିଠା, ରାକ୍ଷୀ, ଆଉ ସବୁ ହେଇଯିବ I
ଭାଈ ଭଉଣୀ ସମ୍ପର୍କରେ ତିକ୍ତତା ଥାଉ ଯେତେ
ଏ ଦିନକୁ ଭଉଣୀ ଭୁଲିପାରେ କି ସହଜେ ଏତେ ?
ଯେତେବଡ଼ ବିପଦ ଆସିଲେ ଭଉଣୀ ଭାଇକୁ ସ୍ମରେ
ଭାଈ, ଭଉଣୀ ପାଖକୁ ଦଉଡ଼ି ଯାଏ, କାରଣ
ଏଇ ସୂତା ଖଣ୍ଡେ ବାନ୍ଧି ସେ ପ୍ରତିଶ୍ରୁତି ନିଏ I
ପ୍ରୀତିସୀମା ସ୍ୱାଇଁ , ଆନନ୍ଦପୁର, କେନ୍ଦୁଝର I
No comments:
Post a Comment