ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

ରାକ୍ଷୀ - ଦୀନେଶ ଗୋଛାୟତ , କଟକ

         :::: ରାକ୍ଷୀ ::
ରେ ଡାକବାଲା ଯିବୁ ମୋ ରାକ୍ଷୀ ନେଇ ।
ରେ ଡାକବାଲା ଯିବୁ ମୋ ରାକ୍ଷୀ ନେଇ ।
ଦେଶ ସୀମାରେ ଭାଇ ମୋର ଥିବ,
ଦେବୁ ହାତେ ତା ନେଇ ।
ରେ ଡାକବାଲା ଯିବୁ ମୋ ...........
ରାକ୍ଷୀ ର ବନ୍ଧନ ନୁହଁଇ କେବଳ,
ଖଣ୍ଡିଏ ସୁତାର ଡୋର ।
ସାକ୍ଷୀ ଏଇ ରାକ୍ଷୀ କେତେ ଯେ ସେନେହ,
ଭାଇ ଭଉଣୀଙ୍କର ।।
ଭଉଣୀର ଏଇ ସେନେହ ବାରତା,
କହିବୁ ଭାଇ କୁ ଯାଇ ।
ରେ ଡାକବାଲା ଯିବୁ ମୋ .........
ବଡ଼ ଯତନ ରେ ଅତି ସରାଗରେ,
ଦେ ତୋ ମୁଣାରେ ରଖି ।
ଭାଇ ମୋର ଅତି ହୋଇଯିବ ଖୁସି,
ଦେଖି ଭଉଣୀ ପ୍ରେମର ସାକ୍ଷୀ ।।
ରହିଲି ଚାହିଁ ଫେରିବୁ ତୁହି,
ଖୁସି ର ଖବର ନେଇ ।
ରେ ଡାକବାଲା ଯିବୁ ମୋ ରାକ୍ଷୀ ନେଇ ।।
ରେ ଡାକବାଲା ଯିବୁ ମୋ ରାକ୍ଷୀ ନେଇ ।।


ନାମ - ଦୀନେଶ ଗୋଛାୟତ
ସା/ପୋ - ଯୋଡମୁଁ
ଥା - ନରସିଂହ ପୁର
ଜିଲ୍ଲା - କଟକ

No comments: