ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

ରାକ୍ଷୀ - ଅନୀତା ନାୟକ , କଟକ

        *"ରାକ୍ଷୀ"* 

ଗୋଟିଏ ଗର୍ଭରୁ ଦୁଇଟି ରୂପ
ଗୋଟେ ପୁଅ ଗୋଟେ ଝିଅ
ଭାଇ ଭଉଣୀ ସମ୍ପର୍କ ରେ
ବାନ୍ଧି ରଖେ ରାକ୍ଷୀ ସୂତା ଖିଅ ।

ଦୁଇଟି ଶରୀର ଗୋଟିଏ ଆତ୍ମା
ପବିତ୍ର ୟେ ହୃଦୟ ଧାରା
ଭାଇ ଦୁଃଖୀ ହେଲେ ଲୁହ ଝରାଇଲେ
ଭଉଣୀ ହସାୟେ ପରା ।

ଭଉଣୀ କୁ ଯଦି ଚାହିଁ ଦିଏ କିଏ
ଭାଇ ମନେ ଜଳେ ନିଆଁ
ଭାଇ କୁ ଯଦି କିଏ ପଦେ କହିଦିଏ
ଭଉଣୀ ବି ସାଜେ ଦୁର୍ଗା ମା ।

ଦୁହେଁ ଦୁହିଁଙ୍କର ସୁଖ ଦୁଃଖ ସାଥୀ
ରାକ୍ଷୀ ହେଉଛି ତାର ମୂକ ସାକ୍ଷୀ
ଭାଇ ପରା ସେ ପାରେ ନାହିଁ କେବେ
ଭଉଣୀ ଆଖିରେ ଲୁହ ଦେଖି ।

ରାକ୍ଷୀ ନୁହେଁ ଖାଲି ସୂତା ଖିଅ ଟିଏ
ସେ ଭାଇ ଭଉଣୀ ଙ୍କ ପ୍ରତିଶ୍ରୁତି
ମାନ ସ୍ଵାଭିମାନ ଭଉଣୀ ର ତାର
ଭାଇ ଜଗି ଥାଏ ଦେଇ ଜୀବନ ।

ଅନୀତା ନାୟକ
ଗ୍ରାମ/ପୋ: କୁଳସୁକର ପଡା
ଜିଲ୍ଲା: କଟକ
754209
ମୋ : 7978380093

No comments: