ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

କୃଷକ - ମଧୁସ୍ମିତା ନାୟକ , କଟକ

      କୃଷକ 

ମାଟିର ମଣିଷ ମାଟିର ସନ୍ତାନ
ନାଁ ଟି ତାର କୃଷକ ।
ଶ୍ରେଷ୍ଠ ସନ୍ତାନ ର ବିବେଚନା ପାଇ
ଉଚ୍ଚା ରଖେ ସେ ମସ୍ତକ ।।
ମେଘ ର ମଲ୍ହାର ତା ପାଇଁ ଖୁସି
ବସନ୍ତ ରୁତୁ ର ଆନନ୍ଦ ।
ବୈଶାଖ ର ତାତି ମଳିନ ଯେ କରେ
ହୃଦୟ ର ତାର ସ୍ପନ୍ଦନ ।।
ଶୀତର ଶୈତ ପୀଡନ ଯେ ତାକୁ
କରିଦିଏ ବହୁ ରୁକ୍ଷ ।
ତଥାପି ସହିଛି ମାଟି ମାଆ ପାଇଁ
ହୋଇ ସେ ସବୁଠି ଦକ୍ଷ ।।
ମହାନ ତା ଗୁଣ ମହାନ ତା କାମ
ଆମରି ଜୀବନ ସିଏ ।
ତଥାପି ଏଇ ଅନ୍ଧ ସମାଜରେ
ମୂର୍ଖ ବିବେଚିତ ହୁଏ ।।
ନବୁଝି ତାର ମହିମା ମୁଖର
ସାମାଜ କରେ ଯେ ହ୍ରାସ ।
ତଥାପି ଏସବୁ ଧ୍ୟାନ ତା ରହେନା
ତୁଣ୍ଡେ ଦିଏ ଆମ ଗ୍ରାସ ।।
ପେଟର ଅଭାବ ସେ ହିଁ ବୁଝଇ
ତା ପରି ଆଉ କେ ନାହିଁ ।
ଦିତୀୟ ମା ସେ ଆମରି କହିଲେ
ଭୁଲ ଜମା ହେବ ନାହିଁ ।।
ନିଜେ ଭୋକେ ରହି ଅନ୍ନ ଧାନ୍ୟ ଦେଇ
ଭୋକକୁ ମେଣ୍ଟାଉ ଥାଇ ।
ସମ୍ମାନ ଜଣାଇ ଡାକ ଥରେ ତାକୁ
ଆମରି କୃଷକ ଭାଇ......।।
            

         ମଧୁସ୍ମିତା ନାୟକ
         ମଣିଆ,ଟାଙ୍ଗୀ,କଟକ
         ଫୋନ-9960996403


No comments: