ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

ରାକ୍ଷୀ - ଶାନ୍ତ ଗହିର , କଳାହାଣ୍ଡି

            *ରାକ୍ଷୀ*
    *********************
ସରୁ ସୂତା ସେତ ପବିତ୍ର ବନ୍ଧନ
                         ନାଁଟି ତାହାର ରାକ୍ଷୀ,
ଭାଇ ଭଉଣୀର ସେନେହ ଡୋରୀର
                        ସାଜିଥାଏ ମୂକସାକ୍ଷୀ ।।

ଶୁକ୍ଲ ପକ୍ଷ ପଞ୍ଚମୀ ତିଥିରେ ଭଗ୍ନୀ
                       ଦୀର୍ଘାୟୁ କାମନା ପାଇଁ, 
ଧୂପ,ଦୀପ,ଫୁଲ ସଜାଇକି ରଖେ 
                       ଭାଇର ପଥକୁ ଚାହିଁ ।। 

ଭଉଣୀର ସୁଖେ ଦୁଃଖେ ସାହା ହୁଏ 
                        ଭାଇଟିଏ ଚିରଦିନ, 
ରାକ୍ଷୀ ବଦଳରେ ସିଏ ରଖିଯାଏ 
                        ଭଉଣୀଟିର ସମ୍ମାନ   ।। 

ଭାରତ ବର୍ଷର ହିନ୍ଦୁ ପର୍ବ ଏତ 
                       ନାହିଁ ତା'ର ପଟ୍ଟାନ୍ତର, 
ସ୍ନେହ, ପ୍ରେମ,ଶ୍ରଦ୍ଧା,ଏକତା ଭାବନା 
                         ଗଢ଼ିଦିଏ ନିରନ୍ତର   ।। 

ବିବସ୍ତ୍ର ଦ୍ରୌପଦୀ ଲଜ୍ଜ୍ୟା ନିବାରିଲେ 
                          କୃଷ୍ଣ କୋଟି ବସ୍ତ୍ର ଦେଇ, 
ତେଣୁ ତାଙ୍କ ହାତେ ରାକ୍ଷୀକୁ ବାନ୍ଧିଲେ 
                          ଭାଇର ମର୍ଯ୍ୟାଦା ଦେଇ ।। 

ଇତିହାସେ ଲେଖା ରାକ୍ଷୀର ମହିମା 
                         କିଏ ବା ପାରିବ ଭୁଲି, 
କର୍ମବତୀ କଥା ରଖିଲେ ହୁମାୟୁଁ 
                        ରଣକ୍ଷେତ୍ରେ ଅଗ୍ରସରି ।। 

ଶାନ୍ତ ଗହିର , ଗ୍ରାମ - ସିର୍ଜାପାଲି, ବ୍ଲକ୍ - କେସିଙ୍ଗା, ଜିଲ୍ଲା - କଳାହାଣ୍ଡି

No comments: