🏵️🏵️🏵️ ରାକ୍ଷୀ 🏵️🏵️🏵️~~~~~~~~~~~~~~~~~~~~
ଗହ୍ମା - ପୁନେଇଁ'ରେ ଶୁଭ ପରମ୍ପରା
ରାକ୍ଷୀ-ବନ୍ଧନ'ର କର୍ମ,
ଯେ' ରାକ୍ଷୀ ବନ୍ଧନ ରକ୍ଷା'ର କବଚ
ଭଗନୀ'ର ଭ୍ରାତ-ଧର୍ମ ।
ଏ ଶୁଭ ଦିବସ ପ୍ରଭୁ ବଳଦେବ
ପବିତ୍ର ଜନ୍ମ ଲଗନ,
ମଠ - ମନ୍ଦିରରେ ଆନନ୍ଦ ଉତ୍ସବ
ଗ୍ରାମେ ଗୋରୁଙ୍କ ପୂଜନ ।
ସୁଭଦ୍ରା ବାନ୍ଧନ୍ତି ଭ୍ରାତା-ଦ୍ଵୟ ହସ୍ତେ
ପବିତ୍ର ରାକ୍ଷୀ'କୁ ଆଜ,
ଭ୍ରାତା'ଙ୍କର ଶୁଭ ମନାସି ଲଭନ୍ତି
ସ୍ନେହ-ଶରଧା'ର ତେଜ ।
ଏମନ୍ତ ଦିନରେ ଦ୍ରୌପଦୀ ଦେଖିଲେ
ଶ୍ରୀକୃଷ୍ଣ ହସ୍ତେ ରୁଧିର,
କାନି ଚିରି ରକ୍ତ ପୋଛି ବାନ୍ଧିଥିଲେ
ଶ୍ରୀକୃଷ୍ଣ'ଙ୍କ ଆଙ୍ଗୁଠି'ର ।
ସତେକି ଏ କାନି ପାଲଟିଲା ରାକ୍ଷୀ
ଶରଧା ହୋଇଲା ଶକ୍ତ,
କୁରୁସଭା ତଳେ ଦ୍ରୌପଦୀ ଲଭିଲେ
ପାଉଣା କୋଟିଏ ବସ୍ତ୍ର ।
ରାକ୍ଷୀ-ବନ୍ଧନ'ର ପବିତ୍ର ସଂସ୍କୃତି
ରହିଥାଉ ଚିରଦିନ,
ଭ୍ରାତା-ଭଗ୍ନୀ ସ୍ନେହ- ଶ୍ରଦ୍ଧା'ରେ ରଚ଼ନ୍ତୁ
ସର୍ବେ ଭବନ୍ତୁ ସୁଖିନଃ !
ଶମ୍ଭୁନାଥ ଦାସ (ମୁଖ୍ୟ ସମ୍ପାଦକ : ଅଭିଯାନ)
ସମ୍ଭ୍ରାନ୍ତ ଓଡ଼ିଆ ସାହିତ୍ୟ ପତ୍ରିକା / କୋଲକାତା
No comments:
Post a Comment