ଆମ ସଂସ୍କୃତି ସାକ୍ଷୀ
ପରମ୍ପରା ସାକ୍ଷୀ
ଏହି ଆମ ରାକ୍ଷୀ।
ମା ଲକ୍ଷ୍ମୀ ବିଷ୍ଣୁଙ୍କୁ
ଉଦ୍ଧରିଲେ ପାତାଳୁ
ବଳୀଙ୍କ ନିକଟୁ
ବଳୀ ହସ୍ତେ ବାନ୍ଧିଣ ରାକ୍ଷୀ
ଏ ପର୍ବର ପାଳନ ସେହିଦିନୁ
ପୁରାଣ ଯେ ସାକ୍ଷୀ।
ଇନ୍ଦ୍ରାଣୀ ଦେଇଥିଲେ ସ୍ଵସ୍ତିକ ସୂତ୍ର
ବାନ୍ଧିଥିଲେ ଦେବଗୁରୁ ଇନ୍ଦ୍ରଙ୍କ ହସ୍ତ
ତତ୍ ପରେ ଦେବଗଣ କଲେ
ଅସୁରଙ୍କୁ ପରାସ୍ତ
ବାରବର୍ଷ ଅନ୍ତେ
ଯୁଦ୍ଧେ ଦେବଗଣ
ହେଲେ ଜୟଯୁକ୍ତ
ସେହି ଦିନୁ ରାକ୍ଷୀ ପରା
ହୁଏ ଯେ ପାଳିତ
ଏହି କଥା ଭବିଷ୍ୟ ପୁରାଣେ
ହୋଇଛି ବର୍ଣ୍ଣିତ।
ମହାଭାରତ ଯୁଦ୍ଧେ
କୃଷ୍ଣ ପେଶିଲେ ଚକ୍ର
ବଦ୍ଧିଲେ ଶିଶୁପାଳ
ପୁଣି ଫେରିଣ ଚକ୍ର
କୃଷ୍ଣଙ୍କ ଅଙ୍ଗୁଳି କଟି
ବହିଲା ରୁଧିର
ଦ୍ରଉପଦୀ ବାନ୍ଧିଲେ
ଚିରି ତାଙ୍କ ଶାଢୀ କାନିକୁ
କୃଷ୍ଣଙ୍କ ଅଙ୍ଗୁଳିର ରୋକିବାକୁ
ନିର୍ଗତ ରକ୍ତସ୍ରାବର
ସେହିଦିନୁ ରାକ୍ଷୀ ଯେ
ହେଉଛି ପାଳନ
ଏ କଥା ମହା ଭାରତେ
ହୋଇଛି ବର୍ଣ୍ଣନ ।
କରମାବତୀ ହୁମାୟୁନଙ୍କ
ହସ୍ତେ ରାକ୍ଷୀ ବାନ୍ଧି
ସ୍ନେହ ଡୋରେ ତାଙ୍କୁ ଦେଲେ ଛନ୍ଦି
ମେୱଆର୍ ର ସୁରକ୍ଷା
ଦେଲେ ହୁମାୟୁନ
ଏହି କଥା ଇତି ହାସେ
ଲେଖାଅଛି ଜାଣ।
ଭାଇଭଉଣୀଙ୍କର ଏ
ପବିତ୍ର ବନ୍ଧନ
ତ୍ୟାଗ,ସ୍ନେହ,ପ୍ରେମେ ବନ୍ଧା
ଏ ରାକ୍ଷୀ ତ ଜାଣ।
ଗମ୍ହା ପୂର୍ଣ୍ଣିମା ବୋଲି ଜଣା
ଏ ଯେ ପୁଣ
ବଳରାମଙ୍କର ଜନ୍ମ
ଅଟେ ଏହି ଦିନ ।
କୃଷି ଓ କୃଷକର ପରବରେ ଭାଇ
ଜୁଆଳି, ଲଙ୍ଗଳ ସବୁ ପୂଜାଟି ହୁଅଇ।
ହୋଇଥାଏ ଗୋମାତାଙ୍କ
ଏ ପର୍ବେ ପୂଜନ
ଏ କଥାକୁ ମାନିଥାନ୍ତି
ଓଡ଼ିଶାର ସର୍ବଜନ।
ଭଉଣୀକୁ ସୁରକ୍ଷା ଦେବାପାଇଁ
ପ୍ରତି ଘରେ ଏ ପରବ ସଭିଏଁ ପାଳଇ।
ମଣ୍ଡା, ଏଣ୍ଡୁରି ଘର ପରା ବାସଇ
ନାନା ମିଠା ପିଠାରେ
ଘରଘର ଭାସଇ।
ତେଣୁ ହେ ସୁଦ୍ଧିଜନେ
ଘୃଣା ନ କରିବା
ଆମେ କନ୍ୟା ସନ୍ତାନ
କନ୍ୟା ସନ୍ତାନ ବିହୁନେ
ସମାଜ ହିନୀମାନ
ସାମାଜିକ,ପାରିବାରିକ, ସାଂସ୍କୃତିକ
ପରିବେଶର ଅଟେ ପରା ସାକ୍ଷୀ
ଭଉଣୀର ସ୍ନେହ ପ୍ରେମେ
କେ ନ ରୁହେ ଦୁଃଖୀ
ଆନନ୍ଦ ଉଲ୍ଲାସେ
ପାଳିବା ସଦା
ଏହି ପୂର୍ଣ୍ଣିମାକୁ
ଭାଇ ହାତେ
ଭଉଣୀ ବାନ୍ଧିଣ ରାକ୍ଷୀ।
ରବିନ୍ଦ୍ର କୁମାର ସାହୁ
ସା/ପୋ - ବିନାୟକ ପୁର
ଥାନା - ପିପିଲି
ଜିଲ୍ଲା - ପୁରୀ
ପିନ୍ -୭୫୨୧୦୪
ଓଡ଼ିଶା।
No comments:
Post a Comment