ରାକ୍ଷୀ
===========
ଧର୍ମ ଭିତରେ ହିନ୍ଦୁ ଧର୍ମ
ବାର ମାସେ ତେର ପରଵ
ଶ୍ରାବଣ ମାସର ପୂର୍ଣ୍ଣିମା ଦିନ
ଭାଇ ଭଗ୍ନୀ ମିଳନର ସନ୍ନିହିତ||
ପରଵ ଭିତରେ ସେ ଶ୍ରେଷ୍ଠ
ଗହ୍ମା ପୂର୍ଣ୍ଣିମା ତା'ର ନାମ
ପାଳିତ ହୁଏ ମଧ୍ୟ ଏହି ଦିନ
ଶ୍ରୀ ବଳଦେବଙ୍କ ଜନ୍ମଦିନ||
ସକାଳୁ ଗୋ-ମାତା ଙ୍କୁ କରି ପୂଜା
ବନ୍ଧା ହୁଏ ରାକ୍ଷୀ ଦେଇ ଫୁଲ ଚନ୍ଦନ
ନାନା ପ୍ରକାର ପିଠା ମିଠା ଖୁଆଇ
ରୋହିଣୀ ମାତାଙ୍କୁ କରାଯାଏ ଅଭିନନ୍ଦନ ||
ବନ୍ଧନର ଏହି ପବିତ୍ର ଦିନରେ
ଭାଇ ହାତେ ଭଗିନୀ ବାନ୍ଧେ ଡୋରି
ମନାସେ ତା' ଲାଗି ଉଜ୍ଜଳ ଭବିଷ୍ୟତ
ଦିଅଁଙ୍କ ପାଖେ ପ୍ରଣିପାତ କରି ||
ଦେଖି ଭଗିନୀର ସ୍ନେହ ସରାଗ
ଭାଇ ଦିଏ ତାକୁ ପ୍ରତିଶ୍ରୁତି
ବିପଦେ ଆପଦେ ରହିବି ଆବୋରି
ସର୍ବଦା ତୋର ଛାଇ ହୋଇ ||
ପୁରାଣେ ବର୍ଣ୍ଣିତ ଏହି ବନ୍ଧନର ମାନ
ଗୋଟି ଗୋଟି ମିତ କହୁଅଛି ଶୁଣ,
ଅସୁର ବଳି ନାମେ ସମ୍ରାଟ
ଭଗବାନ ବିଷ୍ଣୁଙ୍କର ଜଣେ ବଡ଼ ଭକ୍ତ
ଦେଖି ତାଙ୍କ ପ୍ରତି ଵିପଦା
ବିଷ୍ଣୁ ବୈକୁଣ୍ଠ ତ୍ୟାଗକରନ୍ତି ସର୍ବଦା ||
ଵିପଦା କରିବେ ବୋଲି ସଂହାର
ଅବସ୍ଥାନ କରନ୍ତି ବିଷ୍ଣୁ ବଳି ରାଜପ୍ରାସାଦେ
ବିଷ୍ଣୁଙ୍କର ବାରମ୍ବାର ଦେଖି ବୈକୁଣ୍ଠ ବିୟୋଗ
ପ୍ରାଣପ୍ରିୟା ଲଷ୍ମୀ ବିଚ୍ଛେଦ ସହି ପାରନ୍ତିନି ||
ଦିନେ ଲକ୍ଷ୍ମୀ ମା' ରୂପ ବଦଳାଇ
ଧାରଣ ହେଲେ ବ୍ରାହ୍ମଣୀ ବେଶ
ଡେରି ନ କରି ବେଗେ ଚଳିଗଲେ
ଅସୁର ସମ୍ରାଟ ବଳି ପାଶେ ||
ସେହିଦିନ ଥାଏ ଶ୍ରାବଣ ପୂର୍ଣ୍ଣିମାର ଦିନ
ଦେଖି ବ୍ରାହ୍ମଣୀକୁ ବଳି କଲେ ଅତିଥି ସତ୍କାର
ପ୍ରୀତ ହୋଇ ମାତା ରାକ୍ଷୀ ଭିଡ଼ିଲେ ବଳିଙ୍କ ହାତେ
ଆଉ ଗଢିଲେ ଭାଇ ଭଗିନୀର ପବିତ୍ର ବନ୍ଧନ ||
ଜାଣି ଭଗିନୀର ପ୍ରକୃତ ପରିଚୟ
ବଳି ବୁଝିଲେ ଭଗିନୀ ପ୍ରତି ତାଙ୍କ କର୍ତ୍ତବ୍ୟ କଣ
ବିଷ୍ଣୁଙ୍କ ପାଖେ ହୋଇଣ ଗୁହାରି
ବୈକୁଣ୍ଠ ଫେରାଇଲେ ତାଙ୍କୁ ଲକ୍ଷ୍ମୀଙ୍କ ପାଶେ ||
ସେହିପରି ଯଶୋଦାର ନୟନ ପିତୁଳା
ଅତ୍ୟାଚାରୀ ଶିଶୁପାଳକୁ କରିଥିଲେ ବଧ
ବଧ କରୁ କରୁ ହୋଇଥିଲା ଆଙ୍ଗୁଳି କ୍ଷତ
ଯୋଉଠୁ ଝରୁଥିଲା ରକତର ସ୍ରୋତ ||
ଦେଖି ପାଞ୍ଚାଳର ରାଜକନ୍ୟା
ଦ୍ଵନ୍ଦରେ ପଡି ହୋଇଲେ ମର୍ମାହତ
ଚିରିଲେ ନିଜ ପିନ୍ଧା ଶାଢ଼ୀ ପଣତ
ଭିଡ଼ିଲେ ନେଇ କୃଷ୍ଣଙ୍କ କ୍ଷତ ସ୍ଥାନେ ||
କୃଷ୍ଣ ଦେଖି କୃଷ୍ଣାଙ୍କ ଆଦର
ଭାଇ ହୋଇ ରହିଲେ ସର୍ବଦା ପାଶେ
ଦେଖି ଥରେ କୁରୁ ସଭାସ୍ଥଳେ
କୌରଵଙ୍କ ବିବସନା
ପାଞ୍ଚାଳୀଙ୍କୁ ଦେଇ କୋଟିବସ୍ତ୍ର
ରଖିଥିଲେ ଭାଇ ଭଉଣୀ ସମ୍ପର୍କର ମାନ ||
ସେଥିଲାଗି ପୁରାଣେ ବର୍ଣ୍ଣିତ
ଏହି ରକ୍ଷା ବନ୍ଧନ ମିତ
ଅଟଇ ବହୁ ପବିତ୍ର
ଯାହା ଭାଇଭଉଣୀ ସ୍ନେହର ପ୍ରତୀକ ||
=============******=============
ପ୍ରଜ୍ଞାଲୀନ ସାହୁ
ଜଗତସିଂହପୁର
No comments:
Post a Comment