:: ସମ୍ପର୍କ ::
ପ୍ରେମ ନ ଦେଲେ ନାହିଁ
ମନ ନ ଦେଲ ନାହିଁ।
ସାଥୀ ନ ହେଲ ନାହିଁ
କଥା ନ ହେଲେ ନାହିଁ।
ମୁଁ ତୁମକୁ ମାଗୁନି କିଛି ବି
ମୋ ମନର ସୁନା ଫରୁଆରେ
ରହିବାକୁ ମନାକଲେ
ମୁଁ ମାନିବିନି ଜମା
ତୁମେ ପୂର୍ଣ୍ଣଛେଦ ପକାଇପାର ।
ମୁଁ ପକାଇନି କମା
ହେ ଘନଶ୍ୟାମ
ତୁମର ମୋର ଚିରକାଳର ସମ୍ପର୍କ
ଆମ ସମ୍ପର୍କ କେଉଁ ଯୁଗର
କଟିବନି ଜମା
ତୁମେ ପୂର୍ଣ୍ଣଛେଦ ପକାଇ ପାର ।
ମୁଁ ପକାଇନି କମା।
ରୀତା ଅପରlଜିତା ମହାନ୍ତି
-ପ୍ଲଟ ନ -୮୩(ସି) ,ଆମ୍ରପଲ୍ଲୀ ,ଭୁବନେଶ୍ବର -୨୧
No comments:
Post a Comment