ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

ସମ୍ପର୍କ - ଅଜିତ କୁମାର ତ୍ରିପାଠୀ , ଗଞ୍ଜାମ

           :: ସମ୍ପର୍କ ::
*************************
ସମ୍ପର୍କ ଏକ ଶବ୍ଦ
ଯାର ବ୍ୟାପକ ଅର୍ଥ
ହୋଇପାରେ ଆତ୍ମୀୟ ସ୍ଵଜନ
ଆକୁମାରୀ ହିମାଳୟ......
ବିସ୍ତୃତ ବୀସ୍ଥିର୍ଣ୍ଣ ।
ଅଥବା ଦରିଆ ଆରପାରେ
ବିଶାଳ ଭୂବନ.......
ପ୍ରତ୍ୟେକ ବ୍ୟକ୍ତିର
ଜୀବନର ଚିର ସହଚର ।
ଆରମ୍ଭ ପରିବାରୁ......
ବାପା,ମା,ଭାଇ,ଭଉଣୀ ଠାରୁ
ଗଗନ,ପବନ,ମାଟି,ପାଣି,
ବୃକ୍ଷଲତା,କୀଟ ପତଙ୍ଗ
ସରୀସୃପ ଏ ସାରା ଜୀବ ଜଗତ ।
ଗୋଟିକ ଅଭାବେ ଦୁଃଖ, ଦୁରୁହ ଜୀବନ
ଵଞ୍ଚିବା ହେବ ଅକାରଣ
ପ୍ରତ୍ୟେକେ ପ୍ରତ୍ୟେକର ଆବଶ୍ୟକ ।
ସାମାନ୍ୟ ରେଣୁରୁ ବିରାଟ ପର୍ବତ
ସ୍ଥିତି ଅଟେ ଅସମ୍ଭବ......
ବିନା ଉପସ୍ଥିତିରେ
ସଂସାରରେ ବଞ୍ଚିବାରେ ବତାଏ କୌଶଳ ।
ଗୋଟିକ ଅଭାବେ .......
ଜୀବନ ହେବ ଦୁର୍ବିସହ
ହୁଏତ ଆପେକ୍ଷିକ ହୋଇପାରେ
ସମ୍ପର୍କର ସେତୁ ପରସ୍ପର
କେତେକ ବାଞ୍ଛିତ ପୁଣି ଅବାଞ୍ଛିତ ।
ବାଧ୍ୟବାଧକତା ଅଥବା ଇଚ୍ଛୁକ
ଯେପରି ପରିବାର,ପରିଜନ,
ଆତ୍ମୀୟ ସୋଦର ଯାର ଅଭାବରେ
ଜୀବନଟି ହୁଅଇ ଅସାର
ଜଳ ସାଥେ ମାଛ ଯେପ୍ରକାର ।
କେବଳ ସେତିକି ନୁହେଁ
ମୃ୍ତ୍ୟୁ ପରେ ମାଟି ଶ୍ବାନ ଶୃଗାଳର
ଅଗ୍ନି କାଠ ବାଉଁଶର,ଶବ ବାହକର ।
ଜନ୍ମରୁ ମୃତ୍ୟୁକୁ ପର୍ଯ୍ୟନ୍ତ.......
ବ୍ୟାପକ ଜୀବନ ଅବଧିର
ବଞ୍ଚିବା ଉପାୟ ମାତର
ଶ୍ରଦ୍ଧ,ସ୍ନେହ,ପ୍ରେମ,ସଂହତି,ଏକତାର ।
ସମପର୍କ -ଏକ ମିଛ ମୋହ,
ମମତାର ମାୟା ଡୋର.........
ଈଶ୍ବରଙ୍କ ହାତେ ବନ୍ଧା
କର୍ମ ମାନବର,କରେ ମାୟାଧର ।
ଯାର ସ୍ଥିତି କ୍ଷଣିକ ଦୀର୍ଘ ଆଶା ବିଶ୍ଵାସର
ଲୋଭ ମୋହ ମାୟାର......
ଅଦୃଶ୍ୟ ନିବିଡ଼ ବନ୍ଧନ
ଯାର ବିନା ବଞ୍ଚିବା ମୂଲ୍ୟହୀନ
ସମ୍ପର୍କ-ସତ୍ୟ ଚିରନ୍ତନ ଶାଶ୍ଵତ ଶକ୍ତିର ।
*************************

ଅଜିତ  କୁମାର ତ୍ରିପାଠୀ(ଶିକ୍ଷକ)

ଗ୍ରାମ/ପୋଷ୍ଟ - କୁଲାଡ଼,ଭଞ୍ଜଭୂମି
ଭଞ୍ଜନଗର,ଗଞ୍ଜାମ - ୭୬୧୧୩୧
ଭ୍ରାମ୍ୟଭାଷ - ୯୪୩୮୧୮୯୯୪୮
************************

No comments: