:: ସମ୍ପର୍କ ::
------
ସମ୍ପର୍କ ତିନୋଟି ଅକ୍ଷର ବିଶିଷ୍ଟ
ଏକ ଦୀର୍ଘ ସେତୁ
ସମ୍ପର୍କ ଏପରି ଏକ ଡୋରି
ଯେ ବାନ୍ଧି ରଖେ ସଭିଙ୍କୁ
ଗୋଟିଏ ସୂତ୍ରରେ।
ସମ୍ପର୍କ ଗଢିଉଠେ
ଦୁଇଟି ଆତ୍ମାର ଉତ୍ତମ ବୁଝାମଣାରେ
ପୁଣି ଗଢିଉଠେ
ଜୀବ,ପରମ ଓ ସଜୀବ,ନିର୍ଜୀବ
ସବୁରି ମଧ୍ୟରେ।
ପରସ୍ପର ପରସ୍ପରକୁ ବୁଝିପାରିଲେ
ଦୃଢ ସମ୍ପର୍କ ସ୍ଥାପିତ ହୁଏ
ଯେପରି ଜହ୍ନ ସହିତ ନୀଳକଇଁ ର
ପୁଷ୍ପ ସହିତ ଭ୍ରମରର
ଆଉ ଭକ୍ତ ସହିତ ଭଗବାନର।
-----------
ଲକ୍ଷ୍ମୀପ୍ରିୟା ସ୍ବାଇଁ
ନିଶ୍ଚିନ୍ତକୋଇଲି , କଟକ
No comments:
Post a Comment